Latest Odisha News

BREAKING NEWS

ଅଲବିଦା ନାନା ପାଟେକର; ୩୫ ଟଙ୍କାରୁ କୋଟି କୋଟି ଟଙ୍କା ଆୟ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ…

ମୁମ୍ବାଇ: ବଲିଉଡର ଭେଟରାନ ଅଭିନେତା ନାନା ପାଟେକରଙ୍କ ଦେହାନ୍ତ ଖବର ଚଳଚ୍ଚିତ୍ର ଜଗତ ଏବଂ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଛି। ନାନା ପାଟେକର ୭୫ ବର୍ଷ ବୟସରେ ଏହି ଦୁନିଆରୁ ବିଦାୟ ନେଇଛନ୍ତି।

ସେ କେବଳ ଜଣେ ଦକ୍ଷ ଅଭିନେତା ଭାବରେ ପରିଚିତ ନଥିଲେ ବରଂ ଅତ୍ୟନ୍ତ ସରଳ ଜୀବନଯାପନ ପାଇଁ ମଧ୍ୟ ଜଣାଶୁଣା ଥିଲେ।

ନାନା ମାତ୍ର ୧୩ ବର୍ଷ ବୟସରେ କାମ ଆରମ୍ଭ କରିଥିଲେ।ସେତେବେଳେ ତାଙ୍କୁ ମାସକୁ ପ୍ରାୟ ୩୫ ଟଙ୍କା ମିଳୁଥିଲା ।ଏତେ କମ୍ ରୋଜଗାର ସହିତ ନିଜର କ୍ୟାରିୟର ଆରମ୍ଭ କରିଥିଲେ।ହେଲେ ସୁଦ୍ଧା ନିଜର କଠିନ ପରିଶ୍ରମ ଏବଂ ପ୍ରତିଭା ବଳରେ ଆଜି ସେ କୋଟି କୋଟି ଟଙ୍କାର ସମ୍ପତ୍ତି ଅର୍ଜନ କରିଛନ୍ତି ।

ଅଭିନୟ ଥିଲା ନାନା ପାଟେକରଙ୍କ ଆୟର ମୁଖ୍ୟ ଉତ୍ସ।ରିପୋର୍ଟ ଅନୁଯାୟୀ, ସେ ପ୍ରତି ଚଳଚ୍ଚିତ୍ର ପାଇଁ ପ୍ରାୟ ୨-୩ କୋଟିଟଙ୍କା ପାରିଶ୍ରମିକ ନେଉଥିଲେ, ଯଦିଓ ଏହି ପରିମାଣ ଚଳଚ୍ଚିତ୍ର, ଭୂମିକା ଏବଂ ପ୍ରଡକ୍ସନ୍ ହାଉସ୍ ଉପରେ ନିର୍ଭର କରି ଭିନ୍ନ ହେଉଥିଲା। କିଛି ରିପୋର୍ଟରୁ ଏହା ମଧ୍ୟ ଜଣାପଡ଼େ ଯେ ସେ ଚଳଚ୍ଚିତ୍ରର ଲାଭର ଏକ ଅଂଶ ମଧ୍ୟ ଗ୍ରହଣ କରୁଥିଲେ। ଏହା ବ୍ୟତୀତ, ବିଜ୍ଞାପନ ଏବଂ ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟରୁ ମଧ୍ୟ ତାଙ୍କ ରୋଜଗାର ହେଉଥିଲା। ତାଙ୍କର ମୋଟ ସମ୍ପତ୍ତି ବିଷୟରେ କହିବାକୁ ଗଲେ, ଜି.କିୟୁ ଏବଂ ଫାଇନାନ୍ସିଆଲ୍ ଏକ୍ସପ୍ରେସ୍ ଭଳି ସଂସ୍ଥା ଏହାକୁ ପ୍ରାୟ ୮୦ କୋଟି ଟଙ୍କା ବୋଲି କହୁଛନ୍ତି ।

କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ ହୋଇ ମଧ୍ୟ ନାନା ପାଟେକର ଏକ ଅତ୍ୟନ୍ତ ସରଳ ଜୀବନଶୈଳୀ ଅତିବାହିତ କରୁଥିଲେ। ଖବର ଅନୁଯାୟୀ, ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ତାଙ୍କର ପ୍ରାୟ ୭୫୦ ବର୍ଗଫୁଟ ବିଶିଷ୍ଟ ଏକ ୧ ବିଏଚ୍‌କେ ଫ୍ଲାଟ୍ ରହିଛି । ଏହି ସମ୍ପତ୍ତିର ବର୍ତ୍ତମାନର ମୂଲ୍ୟ ପ୍ରାୟ ୩ କୋଟି ଟଙ୍କା ବୋଲି ଆକଳନ କରାଯାଇଥିଲା।ଏହା ବ୍ୟତୀତ ପୁଣେ ନିକଟସ୍ଥ ଖଡକବାସଲା ଅଞ୍ଚଳରେ ତାଙ୍କର ୨୭ ଏକରର ଏକ ଫାର୍ମ ହାଉସ୍ ମଧ୍ୟ ଅଛି। ଯେଉଁଠାରେ ସେ ଚାଷ ମଧ୍ୟ କରୁଥିଲେ।

ସରଳତାକୁ ପସନ୍ଦ କରୁଥିଲେ ମଧ୍ୟ ନାନା ପାଟେକରଙ୍କ ପାଖରେବିଭିନ୍ନ କାରର ସଂଗ୍ରହ ମଧ୍ୟ ଥିଲା।ବିଭିନ୍ନ ରିପୋର୍ଟ ଅନୁଯାୟୀ, ତାଙ୍କ ସଂଗ୍ରହରେ ମହିନ୍ଦ୍ରା ଜିପ୍, ଅଡି ଏବଂ ବିଏମ୍‌ଡ଼ବ୍ଲୁ ଭଳି ଗାଡ଼ି ସାମିଲ ଅଛି।

 

Leave A Reply

Your email address will not be published.