ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବା ପାଇଁ ସଞ୍ଜୁ ସାମସନ ଆଉ ରାଜି ନାହାନ୍ତି । କ୍ରିକବିଜ ରିପୋର୍ଟ ଅନୁସାରେ ରାଜସ୍ଥାନ ରୟାଲ୍ସ ଷ୍ଟାର ଖେଳାଳି ସଞ୍ଜୁଙ୍କ ବଦଳରେ ଚେନ୍ନାଇ ସୁପର କିଙ୍ଗସ ନିକଟରୁ ରବୀନ୍ଦ୍ର ଜାଡେଜା, ଶିବମ ଦୁବେ ଓ ରିତୁରାଜ ଗାଏକ୍ୱାଡଙ୍କ ମଧ୍ୟରୁ ଜଣଙ୍କୁ ଚାହିଁଥିଲା । ଚେନ୍ନାଇ କିନ୍ତୁ ଏମାନଙ୍କ ମଧ୍ୟରୁ କାହାକୁ ଦେବା ପାଇଁ ରାଜି ହୋଇ ନ ଥିଲା । ଚେନ୍ନାଇ ନିକଟରୁ ନିରାଶ ହେବା ପରେ ରାଜସ୍ଥାନ ଏବେ ଅନ୍ୟ ଟିମ ନିକଟରେ ଉଦ୍ୟମ ଆରମ୍ଭ କରିଛି । ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ଟିମ ସଞ୍ଜୁଙ୍କୁ ନେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ରାଜସ୍ଥାନ ଭଲ ଖେଳାଳି ବିକଳ୍ପ ମିଳିଲେ ନିଲାମ ପୂର୍ବରୁ ସଞ୍ଜୁଙ୍କୁ ନୂଆ ଟିମ ମିଳିଯିବ ।
୨୦୨୫ ମେଗା ନିଲାମରେ ରାଜସ୍ଥାନ ଜୋସ ବଟଲରଙ୍କୁ ରିଲିଜ କରିଥିଲା । ଏହା ପରେ ୧୫.୭୫ କୋଟିରେ ଗୁଜରାଟ ଟାଇଟାନ୍ସ ତାଙ୍କୁ କିଣିଥିଲା । ବଟଲରଙ୍କ ଅନୁପସ୍ଥିତିରେ ରାଜସ୍ଥାନ ଟିମ ଦୁର୍ବଳ ହୋଇ ପଡିଥିଲା । ଯାହାକୁ ନେଇ ସଞ୍ଜୁ ଅସନ୍ତୁଷ୍ଟ ଥିଲେ । ରାଜସ୍ଥାନ ଏଥର ପ୍ଲେ ଅଫରେ ମଧ୍ୟ ପ୍ରବେଶ କରିପାରି ନ ଥିଲା । ରାଜସ୍ଥାନରୁ ରିଲିଜ ହେବା ପାଇଁ ସଞ୍ଜୁ ବିଧିବଦ୍ଧ ଭାବେ ଆବେଦନ କରିଛନ୍ତି । ଦେଖାଯାଉ ରାଜସ୍ଥାନ ଟିମ ସହିତ ସଞ୍ଜୁ ଆଗକୁ ଯୋଡି ହୋଇ ରହୁଛନ୍ତି କି ନାହିଁ ।
Comments are closed.