ମୁମ୍ବାଇ: ନିର୍ଦ୍ଦେଶକ ଏବଂ ପ୍ରଯୋଜକ ବିବେକ ଅଗ୍ନିହୋତ୍ରୀ ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ ‘ଦ ବଙ୍ଗାଲ ଫାଇଲ୍ସ’ ପାଇଁ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମରେ ବଲିଉଡର ବରିଷ୍ଠ ଅଭିନେତା ଅନୁପମ ଖେର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଆଜି ସ୍ବାଧୀନତା ଦିବସ ଅବସରରେ ସେ ଫିଲ୍ମରୁ ତାଙ୍କର ପ୍ରଥମ ଲୁକ୍ ସେୟାର କରିଛନ୍ତି ।
ଏହି ଲୁକ୍ ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି ଏବଂ ଅନୁପମ ଖେରଙ୍କ ଦ୍ୱାରା ସେୟାର କରାଯାଇଥିବା ପ୍ରଥମ ଲୁକ୍ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।
‘ଦ ବଙ୍ଗାଲ ଫାଇଲ୍ସ’ ଫିଲ୍ମରେ ଅନୁପମ ଖେର ମହାତ୍ମା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମରୁ ତାଙ୍କର ଲୁକ୍ ସେୟାର କରି ଅନୁପମ ଖେର ଲେଖିଛନ୍ତି, ‘କିଛି ଚରିତ୍ର ତୁମର ଚିନ୍ତାଧାରା, ତୁମର ଅଭ୍ୟାସ, ତୁମକୁ ଭିତରୁ ପରିବର୍ତ୍ତନ କରିଥାନ୍ତି । ଗାନ୍ଧୀଜୀଙ୍କ ଚରିତ୍ର ସେମାନଙ୍କ ମଧ୍ୟରୁ ଗୋଟିଏ । ଯାହାକୁ ମୁଁ ଅଭିନୟ କରୁଛି । ପ୍ରଥମ ଥର ପାଇଁ, ମୁଁ ବିବେକ ଅଗ୍ନିହୋତ୍ରୀଙ୍କ ଦ ବଙ୍ଗାଲ ଫାଇଲ୍ସରୁ ମୋର ପ୍ରଥମ ଲୁକ୍ ସେୟାର କରୁଛି । ଏଠାରେ କୌଣସି ପ୍ରୋସ୍ଥେଟିକ୍ସ ବ୍ୟବହାର କରାଯାଇ ନାହିଁ । ଜୟ ହିନ୍ଦ।’
ସୂଚନାଯୋଗ୍ୟ, ‘ଦ ବେଙ୍ଗଲ ଫାଇଲ୍ସ’ ହେଉଛି ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏକ ଆଗାମୀ ଭାରତୀୟ ହିନ୍ଦୀ ଭାଷାର ଚଳଚ୍ଚିତ୍ର । ଏହା ଅଗ୍ନିହୋତ୍ରୀଙ୍କ “ଫାଇଲ୍ସ” ସିରିଜର ତୃତୀୟ ଏବଂ ଶେଷ ଚଳଚ୍ଚିତ୍ର, ଏହା ପୂର୍ବରୁ ଦି ତାସକେଣ୍ଟ ଫାଇଲ୍ସ (2019) ଏବଂ ଦି କାଶ୍ମୀର ଫାଇଲ୍ସ (2022) ରିଲିଜ ହୋଇଥିଲା । ଏହି ଚଳଚ୍ଚିତ୍ରଟି 1946 ମସିହାର ଗ୍ରେଟ୍ କୋଲକାତା କିଲ୍ସ ଉପରେ ଆଧାରିତ ।
Comments are closed.