Latest Odisha News

BREAKING NEWS

ଆସନ୍ତୁ ଜାଣିବା ଧୋନୀ କାହିଁକି ଅଗଷ୍ଟ ୧୫ରେ ନେଇଥିଲେ ଅବସର

ନୂଆଦିଲ୍ଲୀ: ଧଳା ବଲ କ୍ରିକେଟରେ ମହେନ୍ଦ୍ର ସିଂ ଧୋନୀ ଭାରତର ଶ୍ରେଷ୍ଠ ଅଧିନାୟକ ଭାବେ ପରିଗଣିତ ହୋଇଥାନ୍ତି । ଧୋନୀଙ୍କ ନେତୃତ୍ୱରେ ଭାରତ ୩ଟି ଆଇସିସି ଟ୍ରଫି ଜିତିଛି । ୨୦୦୪ରେ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଧୋନୀ ୧୬ ବର୍ଷ ମଧ୍ୟରେ ଅନେକ କୀର୍ତିମାନ ସ୍ଥାପନ କରିଥିଲେ । ୧୫ ଅଗଷ୍ଟ ୨୦୨୦ରେ ସେ ଅବସର ଘୋଷଣା କରିଥିଲେ । ତେବେ ସେ ଅବସର ପାଇଁ କାହିଁକି ଏହି ଦିନ ବାଛିଲେ ତାର ଖୁଲାସା ସୁରେଶ ରାଇନା କରିଛନ୍ତି । ରାଇନା ବି ଏହି ଦିନ ଅବସର ନିଷ୍ପତି ନେଇଥିଲେ ।

ତାଙ୍କ କହିବା ଅନୁସାରେ ଅବସର ନେବୁ ବୋଲି ଆମେ କିଛି ଦିନ ଆଗରୁ ମନ ସ୍ଥିର କରିଥିଲୁ । ଧୋନୀଙ୍କ ଜର୍ସି ନମ୍ବର ୭ ଓ ମୋର ୩ ଥିଲା । ଉଭୟଙ୍କ ଜର୍ସି ମିଶିଲେ ୭୩ ହେଉଥିଲା । ୨୦୨୦ରେ ଭାରତ ସ୍ୱାଧୀନତାର ୭୩ ବର୍ଷ ପୂରଣ କରିଥିଲା । ଅବସର ନେବା ପାଇଁ ଏହାଠାରୁ ଆଉ କଣ ସୁବର୍ଣ୍ଣ ସୁଯୋଗ ରହିଥାନ୍ତା ବୋଲି ରାଇନା ଏକ ସାକ୍ଷାତକାରରେ କହିଥିଲେ । ଧୋନୀ ୨୩ ଡିସେମ୍ବର ୨୦୦୪ରେ ଓ ରାଇନାଙ୍କ ୩୦ ଜୁଲାଇ ୨୦୦୫ରେ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ଉଭୟ ଶେଷରେ ଏକତ୍ର ଅବସର ନେବା ପାଇଁ ମନ ବଳାଇଥିଲେ । ଆଇପିଏଲରେ ମଧ୍ୟ ଉଭୟ ଦୀର୍ଘ ଦିନ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଏକତ୍ର ଖେଳିଥିଲେ ।

Comments are closed.