ନୂଆଦିଲ୍ଲୀ: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ ପାଇଁ ୧୬ ଟିମ ଚୂଡାନ୍ତ ହୋଇଛି । କ୍ୱାଲିଫାୟରରେ ଚମତ୍କାର ପ୍ରଦର୍ଶନ କରି ଆମେରିକା ଶେଷ ଟିମ ଭାବେ ଯୋଗ୍ୟତା ଅର୍ଜନ କରିଛି । ଆମେରିକା ଏ ପର୍ଯ୍ୟନ୍ତ ସମସ୍ତ ମ୍ୟାଚରେ ବିଜୟ ହାସଲ କରିଛି । କାନାଡା, ବରମୁଡା ଓ ଆର୍ଜେଂଟିନା ବିପକ୍ଷରେ ଦଳ ବିଜୟ ହାସଲ କରିଛି । ଆମେରିକା ସହ ଜିମ୍ବାୱେ ଓ ନାମ୍ବିଆ ମଧ୍ୟ ଏହି ମେଗା ଇଭେଂଟ ପାଇଁ ଟିକେଟ କାଟିଛନ୍ତି । ୨୦୨୪ରେ ୧୦ଟି ଟିମକୁ ସିଧାସଳଖ ଏଂଟ୍ରି ମିଳିଥିଲା । ବାକି ୬ଟି ଦେଶ କ୍ୱାଲିଫାୟର ମାଧ୍ୟମରେ ପ୍ରବେଶ କରିଥିଲେ ।
ଯୋଗ୍ୟତାଅର୍ଜନ କରିଥିବା ଟିମଗୁଡିକ ହେଲା- ଜିମ୍ବାୱେ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଭାରତ, ଆୟର୍ଲାଣ୍ଡ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ, ଆମେରିକା, ତାଞ୍ଜାନିଆ, ଆଫଗାନିସ୍ତାନ, ଜାପାନ ଓ ସ୍କଟଲାଣ୍ଡ । ସୂଚନାଯୋଗ୍ୟ, ଏହି ମେଗା ଇଂଭେଟ ଜିମ୍ବାୱେ ଓ ନାମ୍ବିଆରେ ଆୟୋଜିତ ହେବ । ୧୯୮୮ରେ ଅଷ୍ଟ୍ରେଲିଆରେ ପ୍ରଥମ ଥର ଏହା ଆୟୋଜିତ ହୋଇଥିଲା । ଭାରତ ସର୍ବାଧିକ ୫ ଥର ଟାଇଟଲ ହାସଲ କରିଛି । ୪ଟି ଟାଇଟଲ ସହ ଟିମଇଣ୍ଡିଆ ପଛକୁ ଅଷ୍ଟ୍ରେଲିଆ ରହିଛି । ଗତ ସଂସ୍କରଣରେ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା ।
Comments are closed.