Latest Odisha News

ଇରାକ ଉପରେ ଆମେରିକାର ଏୟାରଷ୍ଟ୍ରାଇକ: ୭ ମୃତ

ବାଗଦାଦ: ଇରାକର ରାଜଧାନୀ ବଗଦାଦ ଉପରେ ଆମେରିକା କରିଛି ଏୟାରଷ୍ଟ୍ରାଇକ ।

ବଗଦାଦର ବିମାନବନ୍ଦର ଉପରେ ଏୟାରଷ୍ଟ୍ରାଇକ୍ କରିଛି ଆମେରିକୀୟ ସେନା । ଏହି ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମ ଏଅନଆଇର ଏକ ରିପୋର୍ଟରେ ପ୍ରକାଶ ।

ଏହି ରିପୋର୍ଟ ଅନୁଯାୟୀ, ଇରାକ ବାଗଦାଦ ସ୍ଥିତ ବିମାନବନ୍ଦରେ ଆମେରିକା ସେନା ପକ୍ଷରୁ ଏକକାଳୀନ ତିନୋଟି ରକେଟ ମାଡ କରାଯାଇଛି । ଏଥିରେ ୭ ଜଣଙ୍କୁ ମୃତ୍ୟୁ ହୋଇଥିବା ସହ ଅନେକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମୃତକଙ୍କ ଭିତରେ ଇରାନ କୁର୍ଦୁଶ ଫୋର୍ସର ମୁଖ୍ୟ ଜେନେରାଲ କାସିମ ସୁଲେମାନ ଓ ଇରାକୀ ମିଲିସିଆ କମାଣ୍ଡର ଅବୁ ମହଦୀ ଅଲ୍-ମୁହାଣ୍ଡିସ୍ ଥିବା ରିପୋର୍ଟରେ ପ୍ରକାଶ ।

କିଛିଦିନ ପୂର୍ବରୁ ଇରାକ ସ୍ଥିତ ଆମେରିକାର ଦୂତାବାସ ଆକ୍ରମଣ କରାଯାଇଥିଲା । ଯାହାର ପ୍ରତି ଜବାବରେ ଆମେରିକା ଏପରି ଏୟାର ଷ୍ଟାଇକ୍ କରିଥିବା କରିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.