Latest Odisha News

BREAKING NEWS

ବିଶ୍ୱନାଥ ପଣ୍ଡିତଙ୍କ ଆଜି ଜନ୍ମଜୟନ୍ତୀ; ଜାଣନ୍ତୁ ତାଙ୍କ ଅକୁହା ସଂଗ୍ରାମର କାହାଣୀ ସମ୍ପର୍କରେ…

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ଜଣେ ଶ୍ରମିକ ନେତାଭାବେ ପରିଚିତ ବିଶ୍ୱନାଥ ପଣ୍ଡିତଙ୍କର ଆଜି ହେଉଛି ୧୦୧ତମ ଜନ୍ମଦିନ ।

୧୯୧୯ ମସିହା ଆଜିର ଦିନରେ ସେ ଜନ୍ମ ଗ୍ରହଣ କରିଥିଲେ । କୁହାଯାଏ, ତାଙ୍କର ପୂର୍ବପୁରୁଷ ଥିଲେ କାଶ୍ମୀର ପଣ୍ଡିତ ଏବଂ ପରେ ସେମାନେ କଟକ ଆସି ସ୍ଥାୟୀ ବାସିନ୍ଦା ହୋଇଥିଲେ ।

ଏହି ଅବସରରେ ବିଶ୍ୱନାଥ ପଣ୍ଡିତ ସ୍ମୃତି ପରିଷଦ ପକ୍ଷରୁ ଚାନ୍ଦିନୀଚୌକ ବ୍ରାହ୍ମଣସାହିସ୍ଥ ପରିଷଦ କାର୍ଯ୍ୟାଳୟଠାରେ ତାଙ୍କର ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି । ପ୍ରତ୍ୟୁଷରେ ବିଭିନ୍ନ ସ୍ଥାନରେ ଥିବା ତାଙ୍କର ପ୍ରତିମୂର୍ତ୍ତିରେ ସଂଘ ପକ୍ଷରୁ ପୁଷ୍ପ ମାଲ୍ୟାର୍ପଣ ମଧ୍ୟ କରଯାଇଛି ।

ଏହି ଅବସରରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା…

ଅନ୍ୟାୟ ଓ ଅନିତୀ ପ୍ରତି ଜୀବନବ୍ୟାପୀ ସଂଗ୍ରାମ କରିବା ସହ ସେ ଦି ମଜୁରିଆ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ନିଜ ଜୀବନକୁ ମଧ୍ୟ ସମର୍ପିତ କରିଥିଲେ ।

ସେ କଟକ କଲେଜିଏଟ୍ ସ୍କୁଲର ଛାତ୍ରଥିବା ବେଳେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେବା ପାଇଁ ସେ ଅଧାରୁ ପାଠପଢା ଛାଡି ଦେଇଥିଲେ ।

ପରବର୍ତ୍ତୀ ମସୟରେ କଂଗ୍ରେସରେ ସାମିଲ ହେବା ସହ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଥିଲେ । ଏହାବ୍ୟତିତ ଭାରତ ଛାଡ ଆନ୍ଦୋଳନ ସମୟରେ ତାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା ।

ଆହୁରି ମଧ୍ୟ ସେ ସର୍ବଭାରତୀୟ ଗୁପ୍ତ ପ୍ରଚାରପତ୍ର କଲିକତାରୁ ଆଣି ବିଭିନ୍ନ ଅଞ୍ଚଳରେ ବିକ୍ରି କରୁଥିବା ଯୋଗୁଁ ଅନେକ ଦିନ ପାଇଁ କାରାବରଣ ମଧ୍ୟ କରିଥିଲେ ।

Leave A Reply

Your email address will not be published.