Latest Odisha News

BREAKING NEWS

ପାଇଖାନା ଟାଙ୍କି ସଫା ବେଳେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ନୂଆପଡା: ଖଡ଼ିଆଳ ସହରର ଲକ୍ଷ୍ମୀ ଛକ ନିକଟରେ ଅଘଟଣ ଘଟିଛି । ଟାଙ୍କି ସଫା ବେଳେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ମାନେ ହେଲେ ଖଡ଼ିଆଳ ବ୍ଲକ କୁଟେନମୁଣ୍ଡା ଗ୍ରାମର ରଘୁମଣି ହାତୀ ଓ ଛତା ଗ୍ରାମର ବାସୁଦେବ ଭୋଇ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟା ସମୟରେ ଖଡିଆଳ ସହରର ଲକ୍ଷ୍ମୀ ଛକ ନିକଟରେ ଜଣକର ନବ ନିର୍ମିତ ପାଇଖାନା ଟାଙ୍କିର ଫଲସ୍ ଖୋଲିବାକୁ ଯାଇଥିଲେ ଦୁଇ ଜଣ ଶ୍ରମିକ । ହେଲେ ଏହି ସମୟରେ ଶ୍ୱାସରୁଦ୍ଧ ହୋଇ ଅଚେତ ହୋଇ ଯାଇଥିଲେ ।

ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା । ପରେ ଉଭୟଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡ଼ାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଖଡ଼ିଆଳ ପୋଲିସ ଖବର ପାଇ ମୃତ ଦେହକୁ ଜବତ କରି ତଦନ୍ତ କରୁଛି ।

Comments are closed.