ଭୁବନେଶ୍ୱର: କୁହାଯାଏ ପ୍ରେମ ହେଉଛି ଶାଶ୍ୱତ, ପ୍ରେମ ଚିରନ୍ତନ, ପ୍ରେମ ପାଇଁ ମଣିଷ କିଛି ବି କରିବାକୁ ପଛାଏ ନାହିଁ । ହେଲେ ସେହି ପ୍ରେମ ବେଳେ ବେଳେ ବିନାଶ ଆଡକୁ ମଣିଷକୁ ଟାଣିନିଏ। ଏମିତି ଅନେକ ଘଟଣା ନୂଆପଡାରେ।
ନୂଆପଡା ଜିଲ୍ଲାର କନେଷ୍ଟବଳ ରୁକ୍ମୁଣୀ ବାଗ ଚୂଡାମଣି ଶବରଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟଙ୍କ ସୁଖର ସଂସାର ଭଲରେ ଚାଲିଥିଲା। ହେଲେ କିଛିଦିନ ପରେ ପରିବାରରେ ଅଶାନ୍ତି ବଢିଲା। ସ୍ୱାମୀ ଓ ଶାଶୂଙ୍କ ନିର୍ଯାତନା ବଢିବାରେ ଲାଗିଲା। ଆଉ ସେହି କଷ୍ଟକୁ ସହି ନପାରି ଶେଷରେ ରୁକ୍ମୁଣୀ ଆରପାରିକୁ ଚାଲିଗଲେ। ରୁକ୍ମୁଣିଙ୍କର ୮ ମାସର ଶିଶୁ ମଧ୍ୟ ଅଛି।
ତେବେ ମୃତ୍ୟୁ ପୂର୍ବରୁ ପୁରା ଘଟଣା ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ତାଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ସେ କଥା ମଧ୍ୟ କହିଛନ୍ତି। ସେପଟେ ପୋଲିସ ଏହି ଘଟଣାରେ ତାଙ୍କ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ କାହିଁକି କନେଷ୍ଟବଳଙ୍କ ସହ ଏପରି ଘଟିଲା ତାହାର ତଥ୍ୟ ସଂଗ୍ରହ କରୁଛି ପୋଲିସ।
Comments are closed.