Latest Odisha News

BREAKING NEWS

ଆସନ୍ତା ୪ରେ ରାଜ୍ୟ ନିର୍ବାଚନ କମିଶନ ଘେରିବ କଂଗ୍ରେସ

ଭବନେଶ୍ବର: ଆସନ୍ତା ୪ ତାରିଖରେ ରାଜ୍ୟ ନିର୍ବାଚନ କମିଶନ ଆଗରେ ଧାରଣା ଦେବ କଂଗ୍ରେସ । ଭୋଟ୍ ଚୋରି ଅଭିଯୋଗରେ କଂଗ୍ରେସର ପିଏସି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଦଳ ପ୍ରଥମେ କଂଗ୍ରେସ ଭବନରୁ ବାହାରି ନିର୍ବାଚନ କମିଶନ ଯାଏଁ ପଦଯାତ୍ରାରେ ଯିବ ।

ଆଜି ଏନେଇ ଗଣାମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ଅଜୟ ଲଲୁ ଓ ପିସିସି ସଭାପତି ଭକ୍ତ ଦାସ ।

ତେବେ ଗତ ୭ ତାରିଖରେ ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, କର୍ଣ୍ଣାଟକର ମହାଦେବପୁରା ନିର୍ବାଚନ ମଣ୍ଡଳୀରେ ବ୍ୟାପକ ଭୋଟ ଚୋରି ହୋଇଥିଲା । ନକଲି ନାମ, ଜାଲ ଠିକଣା ସମେତ ଗୋଟିଏ ଠିକଣାରେ ଏକାଧିକ ନାମ ପଞ୍ଜୀକରଣ ଜରିଆରେ ଲକ୍ଷାଧିକ ଭୋଟ ଚୋରି ହୋଇଥିବା ସେ ଅଭିଯୋଗ କରିଥିଲେ ।

ଅନ୍ୟପଟେ, ରାହୁଲ ଗାନ୍ଧୀ ଉଠାଇଥିବା ‘ଭୋଟ ଚୋରି’ ଅଭିଯୋଗକୁ ନେଇ ନିର୍ବାଚନ ଆୟୋଗ କଠୋର ମନୋଭାବ ପୋଷଣ କରିଛନ୍ତି । ରବିବାର ନୂଆଦିଲ୍ଲୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାହୁଲ ନିର୍ବାଚନ ଆୟୋଗଙ୍କ ବିରୋଧରେ ଯେଉଁ ଭୋଟ ଚୋରି ଅଭିଯୋଗ ଆଣିଛନ୍ତି ତା’ର ପ୍ରମାଣ ସହିତ ସତ୍ୟପାଠ ୭ ଦିନ ମଧ୍ୟରେ ଦେବେ। ଅନ୍ୟଥା ତାଙ୍କ ଅଭିଯୋଗକୁ ମିଥ୍ୟା ବୋଲି ବିବେଚନା କରାଯିବ । ଆଉ ଏହି ମିଥ୍ୟା ଅଭିଯୋଗ ପାଇଁ ରାହୁଲ ଦେଶବାସୀଙ୍କୁ କ୍ଷମା ମାଗିବେ ।

Comments are closed.