Latest Odisha News

BREAKING NEWS

ସେହ୍ୱାଗଙ୍କ ପରେ ଏହି ଅଲରାଉଣ୍ଡର କହିଲେ ଧୋନୀ ମୋତେ ଦଳରୁ ବାହାର କରିଥିଲେ

ନୂଆଦିଲ୍ଲୀ: ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗଙ୍କ ପରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ମହେନ୍ଦ୍ର ସିଂ ଧୋନୀଙ୍କୁ ତାଙ୍କ କ୍ୟାରିୟରର ପତନ ପାଇଁ ଦାୟୀ କରିଛନ୍ତି । ଏକ ସାକ୍ଷାତକାରରେ ଇରଫାନ ପଠାନ ଏହି ଖୁଲାସା କରିଛନ୍ତି । ୨୦୦୯ରେ ଦଳରୁ ବାଦ ପଡିବା ପରେ ପଠାନ ସେ ସମୟର କୋଚ ଗ୍ୟାରୀ କର୍ଷ୍ଟେନଙ୍କୁ ଏହାର କାରଣ ସମ୍ପର୍କରେ ପଚାରିଥିଲେ । କର୍ଷ୍ଟେନ ଠିକ ଉତର ଦେଇପାରି ନ ଥିଲେ । ବହୁତ ଗୁଡିଏ କଥା ମୋ ହାତରେ ନାହିଁ ବୋଲି ସେ କହିଥିଲେ । ଏହା ପରେ ଇରଫାନଙ୍କ କ୍ୟାରିୟରରେ ଆଉ ଉନ୍ନତି ଘଟି ନ ଥିଲା । ୨୦୧୨ରେ ସେ ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଫୋନ କରି ମୋତେ ଦଳରୁ ବାହାରେ ରଖିବା ପାଇଁ କହିଥିଲେ ।

ଶ୍ରୀଲଙ୍କାରେ ୟୁସୁଫ ଭାଇ ଓ ମୁଁ ଏକ ଚମତ୍କାର ବିଜୟ ଦଳକୁ ଦେଇଥିଲୁ । ଅନ୍ୟ କିଏ ଏ ଭଳି ପ୍ରଦର୍ଶନ କରିଥିଲେ ଦୀର୍ଘ ଦିନ ଦଳରେ ରହିଥାନ୍ତା । ଏହା ପରେ ନ୍ୟୁଜିଲାଣ୍ଡ ଗସ୍ତରେ ମୋତେ ଖେଳିବାକୁ ସୁଯୋଗ ପ୍ରଦାନ କରାଯାଇ ନ ଥିଲା । କର୍ଷ୍ଟେନଙ୍କୁ ପଚାରିବାରୁ ସେ କହିଥିଲେ ଚୂଡାନ୍ତ ଏକାଦଶ ଅଧିନାୟକଙ୍କ ମତକୁ ନେଇ ଚୟନ କରାଯାଇଥାଏ । ଧୋନୀ ସେ ସମୟରେ ଅଧିନାୟକ ଥିଲେ । ମୁଁ ଆଉ କିଛି ବର୍ଷ ଆନ୍ତର୍ଜାତୀୟ କ୍ରିକେଟ ଖେଳିବା ଦକ୍ଷତା ରଖିଥିଲି ବୋଲି ଇରଫାନ ଭାବପ୍ରବଣ ହୋଇ କହିଥିଲେ ।

Comments are closed.