Latest Odisha News

BREAKING NEWS

ଦୁଲୀପ ଟ୍ରଫିରେ ଆଶୀର୍ବାଦ ସ୍ୱାଇଁଙ୍କୁ ସୁଯୋଗ

ଭୁବନେଶ୍ୱର: ଓଡିଶାର ୱିକେଟକିପର ବ୍ୟାଟ୍ସମ୍ୟାନ ଆଶୀର୍ବାଦ ସ୍ୱାଇଁଙ୍କୁ ଦୁଲୀପ ଟ୍ରଫିରେ ଖେଳିବା ପାଇଁ ସୁଯୋଗ ମିଳିଛି । ପୂର୍ବାଂଚଳ ଦଳରେ ଓଡିଶାର ଏହି ଖେଳାଳିଙ୍କୁ ସାମିଲ କରାଯାଇଛି । ଅନ୍ୟ ଓଡିଆଙ୍କ ମଧ୍ୟରେ ସନ୍ଦୀପ ପଟ୍ଟନାୟକଙ୍କୁ ମଧ୍ୟ ସୁଯୋଗ ମିଳିଛି । ସେହିପରି ସ୍ୱସ୍ତିକ ସାମଲଙ୍କୁ ଷ୍ଟାଣ୍ଡବାଇରେ ରଖାଯାଇଛି । ଈଶାନ କିଶାନଙ୍କ ବଦଳରେ ଆଶୀର୍ବାଦଙ୍କୁ ଚୂଡାନ୍ତ ଦଳରେ ସୁଯୋଗ ମିଳିଛି । ସେହିପରି ଆକାଶଦୀପଙ୍କୁ ବିଶ୍ରାମ ନେବା ପାଇଁ ପରାର୍ମା ଦିଆଯାଇଛି । ଅଭିମନ୍ୟୁ ଈଶ୍ୱରନଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଏଥର ଦୁଲୀପ ଟ୍ରଫିରେ ୬ଟି ଟିମ ଅଂଶଗ୍ରହଣ କରିବେ । ଟିମଗୁଡିକ ହେଲା- ପୂର୍ବାଂଚଳ,କେନ୍ଦ୍ରାଂଚଳ, ଉତରପୂର୍ବାଂଚଳ, ଉତରାଂଚଳ, ଦକ୍ଷିଣାଂଚଳ ଓ ପଶ୍ଚିମାଂଚଳ । ଗତ ସିଜନର ଫାଇନାଲରେ ପ୍ରବେଶ କରିଥିବା ଦକ୍ଷିଣାଂଚଳ ଓ ପଶ୍ଚିମାଂଚଳ ଏଥର ସିଧାସଳଖ ସେମିଫାଇନାଲ ଖେଳିବେ । ଅନ୍ୟ ୪ଟି ଟିମ କ୍ୱାର୍ଟର ଫାଇନାଲରୁ ଖେଳିବେ ।
ପୂର୍ବାଂଚଳ ଦଳ: ଅଭିମନ୍ୟୁ ଈଶ୍ୱରନ, ସନ୍ଦୀପ ପଟ୍ଟନାୟକ, ଆଶୀର୍ବାଦ ସ୍ୱାଇଁ, ବିରାଟ ସିଂ, ଡିନିଶ ଦାସ, ଶ୍ରୀଦାମ ପାଉଲ, ଶରନଦୀପ ସିଂ, କୁମାର କୁଶାଗ୍ର, ରିୟାନ ପରାଗ, ଉତ୍କର୍ଷ ସିଂ, ମନୀଷ, ସୂରଜ ସିନ୍ଧୁ ଜୈସୱାଲ, ମୁକେଶ କୁମାର, ଆକାଶଦୀପ ଓ ମହମ୍ମଦ ସାମୀ ।

Comments are closed.