Latest Odisha News

BREAKING NEWS

ଦିନିକିଆ ମହିଳା ବିଶ୍ୱକପ କ୍ରିକେଟ: ଘୋଷଣା ହେଲା ଭାରତୀୟ ଦଳ

ମୁମ୍ବାଇ: ଏସିଆ କପ କ୍ରିକେଟ ପାଇଁ ଭାରତୀୟ ପୁରୁଷ କ୍ରିକେଟ ଟିମ ଘୋଷଣା ହେବାର କିଛି ସମୟ ପରେ ଦିନିକିଆ ମହିଳା ବିଶ୍ୱକପ ଓ ଅଷ୍ଟ୍ରେଲିଆ ଗସ୍ତ ନିମନ୍ତେ ମଧ୍ୟ ଦଳ ଚୟନ କରାଯାଇଛି । ହରମନପ୍ରୀତ କୌରଙ୍କୁ ଦଳର ନେତୃତ୍ୱ ଭାର ପ୍ରଦାନ କରାଯାଇଛି । ଘରୋଇ ପରିବେଶରେ ଭାରତୀୟ ଟିମ ପ୍ରଥମ ଥର ପାଇଁ ବିଶ୍ୱକପ ଟାଇଟଲ ହାସଲ କରିବେ ବୋଲି ଆଶା କରାଯାଉଛି । ଦଳର ମନୋବଳ ମଧ୍ୟ ଉଚ୍ଚରେ ରହିଛି ।

୨୦୨୩ରେ ଭାରତୀୟ ପୁରୁଷ ଟିମ ରୋହିତ ଶର୍ମାଙ୍କ ନେତୃତ୍ୱରେ ଘରୋଇ ପରିବେଶରେ ବିଶ୍ୱକପ ଜିତିବା ସ୍ୱପ୍ନ ସାକାର କରିପାରି ନ ଥିଲେ । ମହିଳା ଦଳ ଏହା କରିବେ ବୋଲି ଆଶା କରାଯାଉଛି । ସେପ୍ଟମ୍ବର ୩୦ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ ।
ଭାରତୀୟ ଦଳ: ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମାନ୍ଧନା (ଉପଅଧିନାୟିକା), ପ୍ରତୀକା ରାୱଲ, ହରଲୀନ ଦେଓଲ, ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗ୍ୟୁଜ, ରେଣୁକା ସିଂ ଠାକୁର, ଅରୁନ୍ଧତି ରେଡ୍ଡୀ, ଋଚା ଘୋaଷ, କ୍ରାନ୍ତି ଗୌଡ, ଅମନଜୋତ କୌର, ରାଧା ଯାଦବ, ଶ୍ରରଚରଣୀ, ୟାସ୍ତିକା ଭାଟିଆ ଓ ସ୍ନେହା ରାଣା ।

Comments are closed.