Latest Odisha News

ଭୁଲ ଇଞ୍ଜେକ୍ସନ ଯୋଗୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ, ହସ୍ପିଟାଲ ପରିସରରେ ଉତ୍ତେଜନା

ଯାଜପୁର: ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ ରୋଗୀଙ୍କ ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଛି। ତେବେ ପରିବାର ପକ୍ଷରୁ ଭୁଲ ଇଞ୍ଜେକ୍ସନ ଯୋଗୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ଧର୍ମଶାଳା ବ୍ଲକ ଅନ୍ତର୍ଗତ ବନସକଣ୍ଠା ଗ୍ରାମର ଭରତ ଦାସ (୩୦) ନାମକ ବ୍ୟକ୍ତି ଦୁଇ ଦିନ ପୂର୍ବରୁ ବିଷକ୍ରୀୟା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସୂଚନା ଅନୁଯାୟୀ ଚିକିତ୍ସା ପରେ ସେ ସୁସ୍ଥ ହେଉଥିଲେ କିନ୍ତୁ ହଠାତ୍ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିବା ସହ ମୃତ୍ୟୁ ହୋଇଥିଲା। ତେବେ ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ପରିବାର ସଦସ୍ୟମାନେ ଦାବି କରିଛନ୍ତି ଯେ ଜଣେ ନର୍ସ ଇଞ୍ଜେକ୍ସନ ଦେବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ ଖରାପ ହୋଇଯାଇଥିଲା। ପରିବାର ସଦସ୍ୟମାନେ ହସ୍ପିଟାଲ କର୍ମଚାରୀଙ୍କ ଉପରେ ଭୁଲ ଇଞ୍ଜେକ୍ସନ ଦେଇଥିବା ଅଭିଯୋଗ କରିଛନ୍ତି।

ହସ୍ପିଟାଲ ଉପରେ ଚିକିତ୍ସା ଅବହେଳା ଅଭିଯୋଗ ଆଣି ସେମାନେ ଦାୟୀ ଲୋକଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେବେ କୌଣସି ଅପ୍ରୀତିକର ଘଟଣା ଏଡାଇବା ପାଇଁ ହସ୍ପିଟାଲ ଭିତରେ ଏବଂ ଆଖପାଖରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଥିଲା।

 

Comments are closed.