Latest Odisha News

BREAKING NEWS

ଏସିଆ କପ ହକି: ପାକିସ୍ତାନ ଆଉଟ, ଗ୍ରୁପ ଏରେ ଭାରତ

ନୂଆଦିଲ୍ଲୀ:ବିହାରର ରାଜୀଗରରେ ଅଗଷ୍ଟ ୨୯ରୁ ଏସିଆ କପ ହକି ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ପାକିସ୍ତାନ ଓ ଓମାନ ବଦଳରେ ବାଂଲାଦେଶ ଓ କାଜକସ୍ତାନକୁ ଏଥିରେ ସାମିଲ କରାଯାଇଛି । ମଙ୍ଗଳବାର ଏ ସମ୍ପର୍କରେ ଆୟୋଜକଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଚୀନ, ଜାପାନ ଓ କାଜାକସ୍ତାନ ସହ ଭାରତ ଗ୍ରୁପ ଏରେ ରହିଛି । ଗ୍ରୁପ ବିରେ ମାଲେସିଆ, କୋରିଆ, ଚାଇନିଜ ତାଇପେ ଓ ବାଂଲାଦେଶ ରହିଛନ୍ତି । ସେପ୍ଟମ୍ବର ୭ରେ ଏହାର ଫାଇନାଲ ମ୍ୟାଚ ଖେଳାଯିବ । ୮ଟି ଟିମକୁ ନେଇ ହେଉଥିବା ଏହି ଟୁର୍ଣ୍ଣାମେଂଟର ବିଜେତାକୁ ୨୦୨୬ ବିଶ୍ୱକପ ପାଇଁ ଏଂଟ୍ରି ମିଳିବ ।

ଅଗଷ୍ଟ ୨୯ରୁ ଏସିଆ କପ ଆରମ୍ଭ ହେବ । ପ୍ରଥମ ଦିବସରେ ମାଲେସିଆ-ବାଂଲାଦେଶ ଓ ଭାରତ-ଚୀନ ମଧ୍ୟରେ ମ୍ୟାଚ ହେବ । ସେପ୍ଟମ୍ବର ୩ରୁ ୬ ପର୍ଯ୍ୟନ୍ତ ସୁପର ଫୋର ଖେଳାଯିବ । ସୁରକ୍ଷା ଦୃଷ୍ଟିକୋଣରୁ ପାକିସ୍ତାନ ଏଥିରୁ ଓହରି ଯାଇଛି । ଗତ ସଂସ୍କରଣରେ ଦକ୍ଷିଣ କୋରିଆ ଟାଇଟଲ ହାସଲ କରିଥିଲା । କୋରିଆ ସର୍ବାଧିକ ୫ ଥର ଚାମ୍ପିୟନ ହୋଇଥିବା ବେଳେ ଭାରତ ଓ ପାକିସ୍ତାନ ୩ ଥର ଲେଖାଏଁ ଜିତିଛନ୍ତି ।

Comments are closed.