Latest Odisha News

BREAKING NEWS

ଶ୍ରୀମନ୍ଦିର ଉପରକୁ ଆଉ ଚଢି ପାରିବେନି କୌଣସି ବ୍ୟକ୍ତି, ବ୍ୟାରିକେଡ଼ ସହ ହେଲା ପୋଲିସ ମୁତୟନ

ପୁରୀ: ଶ୍ରୀମନ୍ଦିର ଉପରେ ବାରମ୍ବାର ଭକ୍ତ ଚଢ଼ିଯିବା ଘଟଣା ଗୁରୁତର ଭାବେ ନେଇଛି ପୋଲିସ। ଶ୍ରୀମନ୍ଦିର ଉପରକୁ କିଭଳି ଆଉ ଭକ୍ତ ଚଢ଼ି ପାରିବେ ନାହିଁ ସେହି ସ୍ଥାନ ଗୁଡିକୁ ପୋଲିସ ପକ୍ଷରୁ ଚିହ୍ନଟ କରାଯାଇଛି। ଉକ୍ତ ସ୍ଥାନକୁ ପୋଲିସ ପକ୍ଷରୁ ବ୍ୟାରିକେଡ଼ କରାଯାଇଛି। ଅନେକ ସମୟରେ ଭାବାବେଗର ବଶବର୍ତ୍ତୀ ହୋଇ କିଛି ଭକ୍ତ ଶ୍ରୀମନ୍ଦିର ଉପରକୁ ଚଢି ଯାଉଛନ୍ତି। ତେବେ ଯେଉଁ ସ୍ଥାନରେ ଶ୍ରୀମନ୍ଦିର ଉପରକୁ ଚଢ଼ିବା ସମ୍ଭବ ଅଛି ଉକ୍ତ ସ୍ଥାନକୁ ପୋଲିସ ବ୍ୟାରିକେଡ଼ ଦେଇ ରାସ୍ତା ବନ୍ଦ କରିଛି। ଶ୍ରୀମନ୍ଦିର ଉପରେ ଚଢ଼ିବା ବେଆଇନ ବୋଲି ଶ୍ରୀମନ୍ଦିର ଭିତରେ ସୁଚନା ଫଳକ ଲଗାଯିବର ଆବଶ୍ୟକତା ରହିଛି। ନିୟମ ଉଲଘଂନ କଲେ ଜୋରିମାନା ଓ କଡା ଦଣ୍ଡ ବିଧାନର ଆବଶ୍ୟକତା ରହିଛି।

ଗତ ୧୬ ତାରିଖରେ ଶ୍ରୀମନ୍ଦିର ଭିତରେ କଡା ସୁରକ୍ଷା ସତ୍ତ୍ୱେ ଝାଡ଼ଖଣ୍ଡ ଅଞ୍ଚଳର ଜଣେ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ବେହରଣ ଦ୍ଵାର ନିକଟରେ ଥିବା ଦକ୍ଷିଣ ଘର କବାଟରେ ମୁଖ୍ୟ ମନ୍ଦିର ଉପରକୁ ୭ ଫୁଟ ଚଢ଼ିଯାଇଥିଲେ। ଏହା ଦେଖିବା ପରେ ଶ୍ରୀମନ୍ଦିରରେ ମୁତୟନ ଥିବା ଜେଟିପି ତାଙ୍କୁ ବାରଣ କରିବା ସହ ତଳକୁ ଓହ୍ଲାଇ ଦେଇଥିଲେ। ମାତ୍ର ଏ ଘଟଣା ପ୍ରଥମ ଘଟଣା ନୁହେଁ। ଏହା ପୁର୍ବରୁ ଗଞ୍ଜାମର ଜଣେ ଶ୍ରାଦ୍ଧକୁ ଶ୍ରୀ ମନ୍ଦିର ଉପର ଅଁଳା ବେଢ଼ାକୁ ଚଢ଼ି ଯାଇଥିଲେ। ଶ୍ରୀମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା। ତେବେ ଏହି ଘଟଣା ସତ୍ତ୍ୱେ ଏହାର ସ୍ଥାୟୀ ପ୍ରତିକାର ପାଇଁ ପୋଲିସ ବ୍ୟବସ୍ଥା କିଛି କରିନଥିଲା। ତେବେ ଗତ ୧୬ ତାରିଖରେ ପୁଣି ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଉପରକୁ ଚଢ଼ିବା ପାଇଁ ଉଦ୍ୟମ କରିବା ଘଟଣା ପରେ ପୋଲିସର ଚେତା ପଶିଛି। ଶ୍ରୀମନ୍ଦିର ଉପରକୁ ଚଢିକି ଯିବା ସମ୍ଭାବନା ଥିବା ସ୍ଥାନ ଗୁଡିକକୁ ବ୍ୟାରିକେଡ଼ କରିଛି ପୋଲିସ।

ଏ ନେଇ ପୁରୀ ଏସପି ପିନାକ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି, ଶ୍ରୀମନ୍ଦିର ଉପରକୁ ବାରମ୍ବାର ଲୋକ ଚଢ଼ିଯିବା ଘଟଣା ନଜରକୁ ଆସିଛି। ଏହାକୁ କିଭଳି ରୋକାଯାଇପାରିବ ସେ ନେଇ ପୋଲିସ ପକ୍ଷରୁ ବିଧିବଦ୍ଧ ବ୍ୟବସ୍ଥା ଆରମ୍ଭ ହୋଇଛି। ବିଶେଷ କରି ଭକ୍ତ ମାନେ ଏକାଦଶୀ ମନ୍ଦିର ନିକଟରେ ଓ ଦକ୍ଷିଣୀ ଘର ନିକଟରେ ଶ୍ରୀମନ୍ଦିର ଉପରକୁ ଚଢ଼ି ଯିବାକୁ ବାରମ୍ବାର ଉଦ୍ୟମ କରିଥିବା ନଜରକୁ ଆସିଛି। ଏହାକୁ ଦୃଷ୍ଟିରେ ରଖାଯାଇ ସେଠାରେ ବ୍ୟାରିକେଡ଼ ଦେଇ ଅବରୋଧ କରାଯାଇଛି। ସେଠାରେ ପୋଲିସ ମୁତୟନ ହୋଇଛନ୍ତି।

 

Comments are closed.