Latest Odisha News

BREAKING NEWS

୨୦ ବର୍ଷ ପରେ ପୂନର୍ବାର ଏକତ୍ର ଫିଲ୍ମ କରିବେ ସଞ୍ଜୟ ଆଉ ମହେଶ

ମୁମ୍ବାଇ: ୨୦ ବର୍ଷ ପରେ ବଲିଉଡର ପ୍ରତିଷ୍ଠିତ ଅଭିନେତା ସଞ୍ଜୟ ଦତ ଓ ନିର୍ଦ୍ଦେଶକ ମହେଶ ମଂଜେରକର ପୂନର୍ବାର ଏକତ୍ର ହୋଇଛନ୍ତି । ୧୯୯୯ରେ ଏହି ଯୋଡି ବାସ୍ତବ ପରି ସୁପରହିଟ ଫିଲ୍ମ ଦେଇଥିଲେ । ଏହା ପରେ ସଞ୍ଜୟଙ୍କୁ ନେଇ ମହେଶ କୁରୁକ୍ଷେତ୍ର, ହଥିୟାର, ପିତାହ, ରକ୍ତ, ବିରୁଦ୍ଧ ଓ ୱାହ ଲାଇଫ ହୋ ତୋ ଐସୀ ଫିଲ୍ମ କରିଥିଲେ । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ମହେଶ ୨୦୨୪ର ଚର୍ଚ୍ଚିତ ମରାଠା ଫିଲ୍ମ ଜୁନା ଫର୍ଣ୍ଣିଚରର ହିନ୍ଦୀ ରିମେକ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ମରାଠାର ଏହି ଫିଲ୍ମରେ ସେ ନିଜେ ଅଭିନୟ କରିଥିଲେ ।

ଏହାର କାହାଣୀ ଓ ଭାବପ୍ରବଣତାରେ ସେ ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲେ ଯେ, ସଞ୍ଜୟଙ୍କୁ ନେଇ ଏହି ଫିଲ୍ମ କରିବା ପାଇଁ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ପୂର୍ବରୁ ବାସ୍ତବ ୨ ଫିଲ୍ମରେ ଉଭୟ କାମ ଆରମ୍ଭ କରିବେ ବୋଲି ଖବର ପ୍ରକାଶ ପାଇଥିଲା । ତାହା ଏ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ । ଯଦି ଜୂନା ଫର୍ଣ୍ଣିଚର ଆରମ୍ଭ ହେବ ତାହାହେଲେ ବାସ୍ତବ ୨ରେ ବିଳମ୍ବ ହେବ ବୋଲି ଜଣାପଡିଛି । ତେବେ ସଞ୍ଜୟ ଏହି ଫିଲ୍ମରେ ଅଭିନୟ କରିବା ନେଇ କୌଣସି ବୟାନ ଆସି ନାହିଁ ।

Comments are closed.