ଶ୍ରୀ ଭାଗବତ ସାର ୧୩୫: ପ୍ରତ୍ୟେକ ଗୁରୁଙ୍କୁ ସଠିକ ଆକଳନ କରିବା ଓ ତାଙ୍କ ମାଧ୍ୟମରେ ମିଳୁଥିବା ଉପଯୁକ୍ତ ଶିକ୍ଷାକୁ ଗ୍ରହଣ କରିବା
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣିତ ଅବଧୂତଙ୍କ ଚବିଶି ଗୁରୁ ଅତ୍ୟନ୍ତ ଶିକ୍ଷଣୀୟ ଓ ଭାବ ଉଦ୍ରେକ ବିଷୟ। ପ୍ରତ୍ୟେକ ଗୁରୁଙ୍କୁ ସଠିକ ଆକଳନ କରିବା ଓ ତାଙ୍କ ମାଧ୍ୟମରେ ମିଳୁଥିବା ଉପଯୁକ୍ତ ଶିକ୍ଷାକୁ ଗ୍ରହଣ କରିବା କେବଳ ଅବଧୂତ ହେଲେ ହିଁ ସମ୍ଭବ ହୋଇଥାଏ.
3.ଆକାଶ :-ପ୍ରଥମରୁ ଆମେ ଜାଣିଲେ ଅବଧୂତ ପଞ୍ଚ ମହାଭୂତକୁ ହିଁ ନିଜ ଗୁରୁ ଶିକ୍ଷା ପାଇଥିଲେ ତେଣୁ ଧରିତ୍ରୀ, ପବନ ପରେ ଏଵେ ଜାଣିବା ଆକାଶ ଵିଷୟରେ, ଆକାଶ ବା ବ୍ୟମୋ ତତ୍ୱ ଏକ ରହସ୍ୟମୟ ତତ୍ୱ ତଥାପି ଅବଧୂତଙ୍କୁ ସର୍ବତ୍ର ବ୍ୟାପୀ ରହିବାର ଶିକ୍ଷା ଆକାଶଙ୍କ ଠାରୁ ମିଳିଲା, କିନ୍ତୁ ଆକାଶର ସର୍ବ ବ୍ୟାପକତା ସାଧାରଣ ନୁହେଁ ଏହା ଠିକ ବ୍ରହ୍ମଙ୍କ ସର୍ବତ୍ର ପୁରି ରହିବାର ସଂକେତ ଦେଇଥାଏ। ଅର୍ଥାତ ନିର୍ଲିପ୍ତ ବ୍ୟାପକତା, ଏଣୁ ଭାଗବତ କହେ
ମୁଁ ଯେ ଆକାଶ ଗୁରୁ କରି।
ଅବନୀ ମଧେ ଦେହ ଧରି।।
ଆନନ୍ଦେ ଭ୍ରମଇ ସଂସାରେ।
ସ୍ପରଶ ନକରି କାହାରେ।।
ଦେହ ଠାରୁ ଆତ୍ମାର ପାର୍ଥକ୍ୟ ଓ ନିର୍ଲିପ୍ତତା ଗୁଣ ଶିକ୍ଷା କରିବା ପରେ
4.ଜଳ :-ପ୍ରତ୍ୟେକ ମନ୍ୟୁଷ ଜୀବନରେ ଜଳର ଆବଶ୍ୟକତା ଆଜି ପ୍ରାୟ ସମସ୍ତେ ଜାଣନ୍ତି, କଥାରେ ଅଛି” ଜଳ ହିଁ ଜୀବନ ” ଜଳର ନିର୍ମଳତା, ପବିତ୍ରତା ଓ ମଧୁରତା ଗୁଣ ତାହାକୁ ମହନୀୟ କରେ, ଅବଧୂତ ତ ଏହି ଶିକ୍ଷା ଗ୍ରହଣ କଲେ ସରଳରେ ଭାଗବତ କହିଲା
ମଧୁର ସୁରୁଚି ବଚନେ।
ହରଷ କରି ସର୍ବ ଜନେ।।
ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-134-the-nature-we-perceive-around-us-is-our-greatest-teacher/
ଆସନ୍ତୁ ତେବେ ଜଳ ପରି ସ୍ନିଗ୍ଧ ଓ ମଧୁର ବ୍ୟବହାର ତଥା ସମସ୍ତଙ୍କୁ ପବିତ୍ର କରିବା ଗୁଣ ଆହୋରଣ କରିବା ଓ ଜଗତକୁ ଆନନ୍ଦ ମୁଖରିତ କରିବା ଏମିତି ଏମିତି ଦୁଇଟି ଲେଖାଏଁ ଗୁରୁ ପ୍ରତି ଅଧ୍ୟାୟ ରେ ବର୍ଣନା କରିବା ଏଵେ ପୁଣି
ଶୁଣିବା ପରାଉପକାର ର ପ୍ରଶଂସା
ସେହି ସିନା ଧନ୍ୟ ଦିଏ ଯେ ଜୀବନ
ହସିହସି ପ୍ରାଣୀ ହିତେ।
ସେ ନୁହେଁ ମାନବ ଦିବ୍ୟ ଦେବ ଭାବ
ନିବସଇ ତାର ଚିତ୍ତେ।।
ଜୟ ଜଗନ୍ନାଥ (ଦ. ତ୍ରି. ଉଵାଚ )
Comments are closed.