Latest Odisha News

BREAKING NEWS

Former CM Naveen Patnaik: ଡିସ୍‌ଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର:ମେଡିକାଲ୍‌ ରୁ ଡିସ୍‌ଚାର୍ଜ ହେଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁସ୍ଥ ହେବା ପରେ ଘରୋଇ ମେଡ଼ିକାଲ୍‌ରୁ ସିଧା ନବୀନ ନିବାସ ଗଲେ ନବୀନ ପଟ୍ଟନାୟକ ।

ମେଡିକାଲ୍‌ ରୁ ଫେରିବା ପରେ ନବୀନ ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ‘ମୁଁ ବିଲକୁଲ ଭଲ ଅଛି। ମୁଁ ଅସୁସ୍ଥ ଥିବାବେଳେ ଯେଉଁମାନେ ମୋ ପାଇଁ ପ୍ରାର୍ଥନା କରିଥିଲେ ତାଙ୍କୁ ଧନ୍ୟବାଦ। ରାଜ୍ୟବାସୀଙ୍କ ଆଶୀର୍ବାଦ ପାଇଁ ଭଲ ଅଛି। ’

ଡିହାଇଡ୍ରେସନ ହେତୁ ଗତ ରବିବାର ସନ୍ଧ୍ୟା ୫ଟା ୧୫ ମିନିଟ୍‌ରେ ନବୀନଙ୍କୁ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତ୍ତି କରାଯାଇଥିଲା। PM ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଆଶୁ ଆରୋଗ୍ୟ କାମନା କରିଥିଲେ ।

ସୂଚନା ଅନୁଯାୟୀ, ନବୀନଙ୍କୁ କିଛି ଦିନ ବିଶ୍ରାମ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

Comments are closed.