ପୁରୀ: ରିକ୍ସା ଚାଳକର ଆକ୍ରମଣରେ ଆଇନଜୀବୀ ଗୁରୁତର। ପୁରୀ ଟାଉନ ଥାନା ଅନ୍ତର୍ଗତ ଦୋଳମଣ୍ଡପ ସାହିରେ ଘଟିଛି ଏଭଳି ଘଟଣା। ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲା ପିସିଆର୍ ଟିମ୍ । ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି ।
ଅନ୍ୟପଟେ ଆକ୍ରମଣକାରୀ ରିକ୍ସା ଚାଳକ ଫେରାର ରହିଛନ୍ତି ।
ସୂଚନାମୁତାବକ, ରିକ୍ସା ଚାଳକଙ୍କୁ ଆକ୍ରମଣରେ ଗୁରୁତର ଥିବା ଆଇନଜୀବୀଙ୍କୁ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଆଇନଜୀବୀ ହେଉଛନ୍ତି ରଘୁନାଥ ପଟ୍ଟନାୟକ। ଆଇନଜୀବୀଙ୍କ ମୁଣ୍ଡ, ମୁହଁ ଓ ଛାତିରେ ଗଭୀର ଆଘାତ ଲାଗିଛି। ଟାଉନ ଥାନା ତଦନ୍ତ ଆରମ୍ଭ କରିଛନ୍ତି ।
Comments are closed.