ନୂଆଦିଲ୍ଲୀ: ବିଶ୍ୱ ଟେକ୍ନୋଲୋଜି ଶିଳ୍ପ ଦ୍ରୁତ ଗତିରେ ଆଗଜକୁ ବଢୁଛି, ହେଲେ ଏଥିରେ କାମ କରୁଥିବା ଲୋକଙ୍କୁ ବେକାର କରୁଛି । ଗତ କିଛି ମାସ ମଧ୍ୟରେ, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ପ୍ରଯୁକ୍ତି ଶିଳ୍ପର ବଡ଼ ବଡ଼ ନାମ ନିଜର ଛଟେଇ ସଂଖ୍ୟା ନେଇ ଚର୍ଚ୍ଚାରେ ରହିଛନ୍ତି । ଟାଟା କନସଲଟାନ୍ସି ସର୍ଭିସେସ୍ (TCS) ଜୁଲାଇ ମାସରେ ୧୨ ହଜାର ଚାକିରି ଛଟେଇ କରିଛି । ମାଇକ୍ରୋସଫ୍ଟ ଏହି ବର୍ଷ ଏପର୍ଯ୍ୟନ୍ତ ୧୫ ହଜାର ଲୋକଙ୍କୁ ଛଟେଇ କରିଛି। ଇଣ୍ଟେଲ୍ ଏହାର ୧୫-୨୦% କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବାକୁ ଯାଉଛି, ଯାହା ପ୍ରାୟ ୧୦ ହଜାର କର୍ମଚାରୀଙ୍କୁ ପ୍ରଭାବିତ କରିବ । ଅଟୋମୋଟିଭ୍ ଏବଂ ଉତ୍ପାଦନ ଭଳି ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକରେ ମଧ୍ୟ କର୍ମଚାରୀ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଯାହା ଦିନକୁ ଦିନ ବେକାରୀ ସମସ୍ୟା ବୃଦ୍ଧି କରିବାରେ ଲାଗିଛି । ଯାହାର ପ୍ରଭାବ ଏବେ ଦେଶରେ ପରିଲକ୍ଷିତ ହେଉଥିବା ବେଳେ ଏବେ ଯୁବବର୍ଗଙ୍କୁ ଚିନ୍ତା ଘାରିଛି । ତାଙ୍କ ଚାକିରୀ ବି ଆଉ ସଙ୍କଟରେ ନାହିଁ ତ? ଏମିତିକି ବରିଷ୍ଠଙ୍କ ଚାକିରୀ ବି ବିପଦରେ….
କାହିଁକି ହ୍ରାସ ପାଉଛି ନିଯୁକ୍ତି?
ଭାରତୀୟଙ୍କ ଏକ ବଡ ପ୍ରତିଶତ ଆଇଟି ସେକ୍ଟରରେ ନିଜରେ ଦବଦବା ଦେଖାନ୍ତି । ଦେଶବିଦେଶ ସବୁଠି ଏହାର ପ୍ରଭାବ ରହିଛି । ଭାରତୀୟ ଆଇଟି କ୍ଷେତ୍ରରେ ୭୩ ଲକ୍ଷ ଲୋକ କାମ କରନ୍ତି, କିନ୍ତୁ ଏବେ ଏହା ସଙ୍କଟରେ । ବ୍ରୋକରେଜ୍ ଫାର୍ମ କୋଟାକ୍ ଇନଷ୍ଟିଚ୍ୟୁସନ୍ ଇକ୍ୱିଟିଜ୍ ଅନୁଯାୟୀ, ୨୦୨୫ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ବଡ଼ ଆଇଟି ସେବା ଫାର୍ମଗୁଡ଼ିକ ହ୍ରାସ ପାଇଛି। ଶେଷ ଥର ପାଇଁ ଭାରତରେ ଚାକିରି ବଜାରରେ ଏପରି ଅନିଶ୍ଚିତତା ଦେଖାଦେଇଥିଲା ୨୦୨୨ରେ, ଯେତେବେଳେ ChatGPT ପ୍ରଥମ ଥର ପାଇଁ ବଜାରରେ ପାଦ ରଖିଥିଲା । ଆଉ ଠିକ୍ ସେତେବେଳେ ଯେତେବେଳେ ଜୁନ୍ ୨୦୨୦ରୁ କୋଭିଡ ମହାମାରୀ କାରଣରୁ ପୂର୍ବରୁ ହିଁ କର୍ମଚାରୀଙ୍କ ନିଯୁକ୍ତିରେ ହ୍ରାସ ପରିଲକ୍ଷିତ ହୋଇଥିଲା । ଯାହା ଆଇଟି ସେକ୍ଟର କର୍ମଚାରୀଙ୍କୁ ଏକ ବଡ ଖଟକା ଦେଇଥିଲା । ଆଉ ୨ ବର୍ଷର ଏକ ଶାନ୍ତ ନିଦ୍ରା ପରେ ପୁଣି ଚାକିରୀ ଅନିଶ୍ଚିତତା ଏବେ ଲୋକଙ୍କୁ ଘାରିଛି । ଏଥର ଏଭଳି ପରିସ୍ଥିତି ଉପୁଜିବାର ପଛରେ ରହିଛି, ଆମେରିକାର ଶୁଳ୍କ ଏବଂ ବିଶ୍ୱ ଅର୍ଥନୈତିକ ପ୍ରବାହର ବିପଦରୁ ଆରମ୍ଭ କରି ଜେନେରେଟିଭ୍ ଏଆଇ ଏବଂ ଅଟୋମେସନର ବୃଦ୍ଧି । ଯାହା କର୍ମଚାରୀମାନଙ୍କୁ ଅସୁବିଧାରେ ପକାଇଛି ।
୨୦୨୨ ପରେ ମାନ୍ଦାବସ୍ଥାରେ ନିଯୁକ୍ତି ପ୍ରକ୍ରିୟା….
୨୦୨୨ ହେଉଛି ଏକମାତ୍ର ଆର୍ଥିକ ବର୍ଷ, ଯେଉଁଥିରେ ଆଇଟି କ୍ଷେତ୍ରରେ ବଡ଼ ଧରଣର ନିଯୁକ୍ତି ଦେଖାଯାଇଥିଲା। ସେବେଠାରୁ ନିଯୁକ୍ତି ନିରନ୍ତର ହ୍ରାସ ପାଉଛି । ୨୦୨୨ ଆର୍ଥିକ ବର୍ଷରେ ଆଇଟି କମ୍ପାନୀଗୁଡ଼ିକ ଦ୍ୱାରା ୧୦ ଲକ୍ଷ ନିଯୁକ୍ତି କରାଯାଇଥିବା ବେଳେ, ପରବର୍ତ୍ତୀ ବର୍ଷଗୁଡ଼ିକରେ ଭୂରାଜନୈତିକ ଚାପ ଏବଂ ଏଆଇ କାରଣରୁ ନିଯୁକ୍ତି ନିରନ୍ତର ହ୍ରାସ ପାଉଛି । ୨୦୨୫ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ମାତ୍ର ୧୩,୯୩୫ ନିଯୁକ୍ତି ହୋଇଥିଲା । ଖାଲି ସେ ନବନିଯୁକ୍ତି ତାହା ନୁହେଁ, ଗତ ବର୍ଷ, ୭ ହଜାର ୭୦୦ ବୃତ୍ତିଗତ, ଯେଉଁମାନଙ୍କର ପ୍ରାୟ ୧୫ ବର୍ଷରୁ ଅଧିକ ଅଭିଜ୍ଞତା ରହିଥିଲା, ତାଙ୍କୁ ଚାକାରୀରୁ ବହିଷ୍କାର କରାଯାଇଥିଲା । ତାହା ବି ବିନା କୌଣସି ନୋଟିସ୍ ବିନା । ଇଣ୍ଡଷ୍ଟ୍ରି ଟ୍ରାକରଙ୍କ ତଥ୍ୟ ଅନୁଯାୟୀ, ଅନେକ ବଡ଼ ବଡ଼ କମ୍ପାନୀ କର୍ମଚାରୀ ଛଟେଇ କରିଛନ୍ତି। ଏଥିରେ ଇଣ୍ଟେଲ୍ ସର୍ବାଧିକ ଛଟେଇ କରିଛି, ଯାହା ସେମାନଙ୍କର ବିଶ୍ୱସ୍ତରୀୟ କାର୍ଯ୍ୟସ୍ଥଳର ୨୦%, ସେହିପରି ମାଇକ୍ରୋସଫ୍ଟ ୧୫ ହଜାର ଚାକିରି, ଟିସିଏସ ୧୨ ହଜାର ଚାକିରି ଛଟେଇ କରିଛି । ଆଉ ଅନଲାଇନ କ୍ଷେତ୍ରରେ ବହୁଳ ଚାହିଦା ରହିଥିବା ମେଟା, ଗୁଗୁଲ୍, ଆମାଜନ ୨୦ ରୁ ୨୫ ହଜାର ଚାକିରି ଛଟେଇ କରିଛନ୍ତି । ବର୍ତ୍ତମାନ ଏହି ସଂଖ୍ୟା ୨୦୨୬ ମସିହାରେ ୭୨%କୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଯାହା ବେକାରୀ ସମସ୍ୟାକୁ ଆହୁରି ଗମ୍ଭୀର କରିବ ।
ବଡ କାରଣ ପାଲଟିଲା ଏଆଇ
ନିଯୁକ୍ତି ଛଟେଇ ପଛରେ କାରଣ ହେଉଛି ଆର୍ଥିକ ଚାପ ଏବଂ ପୁନର୍ଗଠନ । କିନ୍ତୁ ଏହି ବଡ଼ ପରିବର୍ତ୍ତନ ପଛରେ ସବୁଠୁ ବେଶୀ ଦାୟୀ ଏଆଇକୁ କରାଯାଉଛି । ନିୟମିତ ଏବଂ ମଧ୍ୟ-ସ୍ତରୀୟ ଭୂମିକାଗୁଡ଼ିକ ଦ୍ରୁତ ଗତିରେ ଏଆଇ ଟେକନୋଲୋଜି ଦ୍ବାରା ସ୍ୱୟଂଚାଳିତ ହେଉଛି, ଏହି ପରିବର୍ତ୍ତନ ବେକାରୀର କାରଣ ପାଲଟିଛି । ଶିଳ୍ପରେ ନୂତନ ଦକ୍ଷତାର ଆବଶ୍ୟକତା ବହୁତ ବୃଦ୍ଧି ପାଇଛି, ଯେଉଁଠାରେ ଗୋଟିଏ ପଟେ ପୁରୁଣା ପାରମ୍ପରିକ ଚାକିରି ଶେଷ ହେଉଛି, ଆଉ ଏଆଇ ଇଞ୍ଜିନିୟରିଂ, ଡାଟା ସାଇନ୍ସ, ସାଇବର ସୁରକ୍ଷା ଭଳି ଅନେକ କ୍ଷେତ୍ରରେ ନୂତନ ସୁଯୋଗ ଖୋଲିଯାଉଛି। ଯଦି ଆପଣ ନୂତନ ଦକ୍ଷତା ଗ୍ରହଣ କରିବାରେ ବିଫଳ ହୁଅନ୍ତି, ତେବେ ଆପଣ ଏହି ଏଆଇ ଯୁଗରେ ପଛରେ ପଡ଼ିଯିବାର ଆଶଙ୍କା ରହିଛି । ଯାହା ଏବେ ଆପଣଙ୍କ ଚାକିରୀକୁ ସଙ୍କଟରେ ପକାଇଛି ।
Comments are closed.