Latest Odisha News

Forester suspend: ଜଙ୍ଗଲ ଜମି ଦେବା ନାଁରେ ଲୁଟ୍ ଅଭିଯୋଗ: ଫରେଷ୍ଟର ସସପେଣ୍ଡ

ନବରଙ୍ଗପୁର: ଜଙ୍ଗଲ ଜମି ଦେବା ନାଁରେ ଲୁଟ୍ ଅଭିଯୋଗ ହୋଇଛି । ଏନେଇ ଜଣେ ଫରେଷ୍ଟରଙ୍କୁ ସସପେଣ୍ଡ କରାଯାଇଛି । ଫରେଷ୍ଟର ଜଣଙ୍କ ହେଲେ ରାଇଘର ଫରେଷ୍ଟର ପ୍ରଦୀପ୍ତ ଦାସ । ତାଙ୍କୁ ନିଲମ୍ବିତ କରିଛନ୍ତି ଡିଏଫଓ ।

ତେବେ ମିଳିଥିବା ଖବର ଅନୁସାରେ, ୨୦୨୩ରେ ଆଦିବାସୀଙ୍କୁ ଜଙ୍ଗଲ ଜମି ଯୋଗାଇବା ନାଁରେ ହେରଫେର କରିଥିବା ନେଇ ଅଭିଯୋଗ ରହିଛି । ଚାନ୍ଦହାଣ୍ଡି ବ୍ଲକ ଦଳବେଡ଼ା ଗାଁର ୫୦ରୁ ଅଧିକ ଆଦିବାସୀଙ୍କୁ ଠକିଥିଲେ ଯାହାକୁ ନେଇ ତାଙ୍କ ବିରୁଦ୍ଧରେ ନିଆଗଲା କାର୍ଯ୍ୟାନୁଷ୍ଠାନ ।

Comments are closed.