କଟକ: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା । ୨ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ଶୁଣାଣି ଶେଷ ହୋଇଛି । ଦୁଇ ଅଭିଯୁକ୍ତ ବିଜୟ ମିଶ୍ର ଓ ଜୟନ୍ତ ରାଉତଙ୍କ ଜାମିନ୍ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ କଟକ ଏଡିଜେ-୩ କୋର୍ଟ ।
ସେପଟେ ଦୁଇ ଅଭିଯୁକ୍ତଙ୍କ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ଯାହାର ଅବଧି ଶେଷ ହୋଇଛି । ରିମାଣ୍ଡ ପରେ ଜେଏମଏଫସି କୋର୍ଟରେ ହାଜର କରାଇଲା କ୍ରାଇମବ୍ରାଞ୍ଚ । ଏହା ପୂର୍ବରୁ ସନାତନ ବିଶୋଇ ଏବଂ ରାମଜୀ ପ୍ରସାଦ ଗୁପ୍ତାଙ୍କ ରିମାଣ୍ଡ ପରେ ଏବେ ଉଭୟଙ୍କୁ ଚୌଦ୍ୱାର ଜେଲ୍ ପଠାଯାଇଛି ।
ସୂଚନାଯୋଗ୍ୟ, ଓଟିଇଟି ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ବେଳେ କ୍ରାଇମବ୍ରାଞ୍ଚ ପ୍ରଥମ ପର୍ଯ୍ୟାୟରେ ସାଢ଼େ ୩ ଲକ୍ଷ ଟଙ୍କା କାରବାର ହୋଇଥିବା ଜାଣିବାକୁ ପାଇଥିଲା । ରାମ୍ଜୀ ଗୁପ୍ତା କଟକ ବାଦାମବାଡ଼ି ଅଞ୍ଚଳର ଜଣେ ବ୍ୟବସାୟୀ ହୋଇଥିବାବେଳେ ସନାତନ ହେଉଛନ୍ତି କୋରାପୁଟ ଏକ୍ସ-କ୍ୟାଡର ଶିକ୍ଷକ ସଂଘର ସଭାପତି ।
Comments are closed.