ନୂଆଦିଲ୍ଲୀ: ଉତ୍ତର ବଙ୍ଗରେ ରେଳପଥ ଉପରେ ଏକ ହୃଦୟବିଦାରକ ମୁହୂର୍ତ୍ତ ଏକ ହୃଦୟସ୍ପର୍ଶୀ ଘଟଣାରେ ପରିଣତ ହେଲା ଯେତେବେଳେ ଏକ ହାତୀକୁ ଜଙ୍ଗଲକୁ ସୁରକ୍ଷିତ ଭାବେ ପହଞ୍ଚାଇବା ପାଇଁ ଟ୍ରେନକୁ ରୋକାଗଲା। ଭାରତୀୟ ବନ ସେବା (IFS) ଅଧିକାରୀ ପରବୀଣ କାସୱାନ ଏହି ମୁହୂର୍ତ୍ତର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଦେଖାଯାଇଛି ଯେ ହାତୀଟି ରେଳପଥ ଉପରେ ଚାଲୁଥିବା ବେଳେ ହଠାତ୍ ନିଜର ଗତି ବଢ଼ାଇ ଚିତ୍କାର କରୁଛି। ମନେହୁଏ ସେ ଆସୁଥିବା ଟ୍ରେନକୁ ଦେଖି ନେଇଥିଲା।
ଟ୍ରେନଟି ଆଗକୁ ମାଡ଼ିଆସୁଥିବା ଦେଖି ହାତୀଟି ମଧ୍ୟ ଅଟକି ଯାଇଥିଲା ଏବଂ ପରେ ଶାନ୍ତିପୂର୍ଣ୍ଣ ଭାବେ ଜଙ୍ଗଲକୁ ଫେରିଯାଇଥିଲା। ଭିଡିଓ ସହ ପୋଷ୍ଟ କରିଥିବା କ୍ୟାପସନରେ କାସୱାନ ଲେଖିଛନ୍ତି, “ଏଲପି ଶ୍ରୀ ଏସ. ଟୋପ୍ପୋ ଏବଂ ଏଏଲପି ଶ୍ରୀ ଏସ. ହଲଧର ସଲାମର ହକଦାର। ସେମାନେ ଠିକ୍ ସମୟରେ ବ୍ରେକ ଲଗାଇ ଏହି ବିଶାଳକାୟ ଜୀବକୁ ବଞ୍ଚାଇଲେ। ବୁଧବାର ଦିନ ଉତ୍ତର ବଙ୍ଗର କୌଣସି ଏକ ସ୍ଥାନରେ ଏପରି ଘଟିଥିଲା ।
“ଏହି ଘଟଣାରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଲୋକୋ ପାଇଲଟ ଏବଂ ସହକାରୀ ଲୋକୋ ପାଇଲଟଙ୍କ ସତର୍କତାର ଖୁବ୍ ପ୍ରଶଂସା କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, “ଏହି ବିଶାଳ ଜୀବକୁ ବଞ୍ଚାଇବା ପାଇଁ ଧନ୍ୟବାଦ।” ଅନ୍ୟ ଜଣେ କହିଛନ୍ତି, “ଏଭଳି କାମ ପାଇଁ ପ୍ରଶଂସାର ଯୋଗ୍ୟ।” ଉତ୍ତର ବଙ୍ଗରେ ଏକ ହାତୀକୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଫେରାଇବା ପାଇଁ ଟ୍ରେନ ରହିବାର ଏହି ଘଟଣା ସତର୍କତା ଓ ମାନବିକତାର ଏକ ଉଜ୍ଜ୍ୱଳ ଉଦାହରଣ। ଲୋକୋ ପାଇଲଟଙ୍କ ତୁରନ୍ତ ନିଷ୍ପତ୍ତି ଏକ ଜୀବନ ବଞ୍ଚାଇଛି, ଯାହା ସୋସିଆଲ ମିଡିଆରେ ସମସ୍ତଙ୍କ ପ୍ରଶଂସା କରିଛନ୍ତି।
Comments are closed.