ମୁମ୍ବାଇ: ବଲିଉଡର ଦୁଇ ଲୋକପ୍ରିୟ ଷ୍ଟାର ଅକ୍ଷୟ କୁମାର ଓ ସୈଫ ଅଲୀ ଖାଁ ଆରଜୁ, ତୁ ଚୋର ମେଁ ସିପାହୀ ଓ କୀମତ ପରି ଫିଲ୍ମ କରି ବେଶ ଲୋକପ୍ରିୟତା ହାସଲ କରିଥିଲେ । ଏହା ପରେ ଅବଶ୍ୟ ସେମାନଙ୍କୁ ଆଉ ଏକତ୍ର ଦେଖିବାକୁ ମିିଳି ନ ଥିଲା । ବଲିଉଡରେ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ୧୮ ବର୍ଷ ଏହି ଦୁଇ ତାରକା ପୂନର୍ବାର ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ଆଗାମୀ ଫିଲ୍ମ ହୈୱାନରେ ଉଭୟ ଏକତ୍ର ଅଭିନୟ କରିବେ । ଶୁଟିଂର ପ୍ରଥମ ଦିନ ଭିଡିଓ ଅକ୍ଷୟ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି ।
ପ୍ରଶଂସକମାନେ ଏହାକୁ ବେଶ ପସନ୍ଦ କରିଛନ୍ତି । ଟଶନ ଫିଲ୍ମରେ ଅକ୍ଷୟ ଓ ସୈଫ ଶେଷ ଥର ଅଭିନୟ କରିଥିଲେ । ପ୍ରିୟଦର୍ଶନ ତାଙ୍କ ପ୍ରିୟ ହୀରୋ ଅକ୍ଷୟଙ୍କ ସହ ଭୂତ ବଙ୍ଗଲା ଫିଲ୍ମ ମଧ୍ୟ କରୁଛନ୍ତି । ଏହା ଚଳିତ ବର୍ଷ ଶେଷ ଭାଗରେ ରିଲିଜ ହେବ ବୋଲି ସ୍ଥିର ହୋଇଛି । ସୈଫଙ୍କ ସହ ପୂନର୍ବାର କାମ କରିବା ମୋ ପାଇଁ ଖୁସୀର କଥା ବୋଲି ଅକ୍ଷୟ କହିଛନ୍ତି । ସୈଫ ମଧ୍ୟ ଫିଲ୍ମର ସଫଳତା ନେଇ ବେଶ ଆଶାୟୀ ଅଛନ୍ତି ବୋଲି କହିଛନ୍ତି ।
Comments are closed.