Latest Odisha News

BREAKING NEWS

Yes Bank:ୟେସ୍ ବ୍ୟାଙ୍କର ୨୪.୯୯% ସେୟାର କିଣିବ ଜାପାନର ଏକ ବ୍ୟାଙ୍କ, ଆରବିଆଇ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ: ଜାପାନର ଦ୍ୱିତୀୟ ସର୍ବବୃହତ ବ୍ୟାଙ୍କିଙ୍ଗ ଗୃପ SMFGର ଏକ ସହାୟକ କମ୍ପାନୀ, ସୁମିତୋମୋ ମିତ୍ସୁଇ ବ୍ୟାଙ୍କିଙ୍ଗ କର୍ପୋରେସନ (SMBC) ଘରୋଇ କ୍ଷେତ୍ରର ୟେସ୍ ବ୍ୟାଙ୍କର ୨୪.୯୯ପ୍ରତିଶତ ସେୟାର କିଣିବ । ଏହାକୁ କିଣିବାକୁ SMBC ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଠାରୁ ଅନୁମୋଦନ ପାଇଛି । ଏନେଇ ୟେସ୍ ବ୍ୟାଙ୍କ ଶନିବାର ଷ୍ଟକ୍ ଏକ୍ସଚେଞ୍ଜକୁ ଏ ବିଷୟରେ ସୂଚନା ଦେଇଛି ।

ବ୍ୟାଙ୍କ ଅନୁଯାୟୀ, RBI ସ୍ପଷ୍ଟ କରିଛି ଯେ ଏହି ଅଧିଗ୍ରହଣ ପରେ ମଧ୍ୟ, SMBCକୁ ୟେସ୍ ବ୍ୟାଙ୍କର ପ୍ରମୋଟର ଭାବରେ ବିବେଚନା କରାଯିବ ନାହିଁ । ଏହି ଅନୁମୋଦନ ଅଗଷ୍ଟ ୨୨ ରେ ଜାରି କରାଯାଇଥିଲା ଏବଂ ଏହା ଗୋଟିଏ ବର୍ଷ ପାଇଁ ବୈଧ ରହିବ ।

ଏହି କ୍ରୟ ସେପ୍ଟେମ୍ବର ୨୦୨୫ ସୁଦ୍ଧା ଶେଷ ହୋଇଯାଇପାରେ । SMBC ଏହି ଚୁକ୍ତି ପାଇଁ ଅନୁମୋଦନ ପାଇବା ପାଇଁ ଭାରତୀୟ ପ୍ରତିଯୋଗିତା ଆୟୋଗ (CCI) ନିକଟରେ ମଧ୍ୟ ଆବେଦନ କରିଛି । ମେ ୨୦୨୫ରେ, SBI ଏବଂ ଅନ୍ୟ ୭ଟି ବ୍ୟାଙ୍କ ୟେସ୍ ବ୍ୟାଙ୍କରେ ସେମାନଙ୍କର ମିଳିତ ଅଂଶଧନର ୨୦ ପ୍ରତିଶତ SMBCକୁ ବିକ୍ରି କରିବାକୁ ଘୋଷଣା କରିଥିଲେ ।

SMBC ହେଉଛି ଜାପାନର ଦ୍ୱିତୀୟ ସର୍ବବୃହତ ବ୍ୟାଙ୍କିଙ୍ଗ ଗ୍ରୁପ୍ ସୁମିତୋମୋ ମିତ୍ସୁଇ ଫାଇନାନ୍ସିଆଲ୍ ଗ୍ରୁପ୍, ଇନକର୍ପୋରେଟେଡ୍ (SMFG)ର ଏକ ସମ୍ପୂର୍ଣ୍ଣ ମାଲିକାନା ସହାୟକ କମ୍ପାନୀ । SMBCକୁ RBI ଅନୁମୋଦନ ପରେ ସୋମବାର (ଅଗଷ୍ଟ ୨୫) ୟେସ୍ ବ୍ୟାଙ୍କ ସେୟାର ଫୋକସରେ ରହିପାରେ ।

Comments are closed.