Latest Odisha News

BREAKING NEWS

Police raid: ସ୍ପା’ରେ ପୋଲିସର ରେଡ୍; ୯ ବଙ୍ଗୀୟ ଦେହଜୀବୀ ଉଦ୍ଧାର

ଜଗତସିଂହପୁର:ଦେହ ବ୍ୟବସାୟର ଚେର ଲମ୍ବିଛି କଲିକତାରୁ ପାରାଦ୍ଵୀପ । ଶନିବାର ଦିନ ପାରାଦୀପରେ ଏକ ବଡ଼ଧରଣର ସେକ୍ସ ରାକେଟ୍ ଠାବ। ତାରିଣୀଗଡ଼ା ଠାରେ ଏକ ସ୍ପାରେ ସେକ୍ସ ରାକେଟ ଚାଲୁଥିବା ବେଳେ ପୋଲିସ ଚଢ଼ଉ କରି ୯ ଜଣ ବଙ୍ଗୀୟ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ୪ ଜଣ ଗ୍ରାହକଙ୍କୁ ଗିରଫ କରିଛି। ଅତର୍କିତ ଚଢ଼ାଉ କରି ଧରିଲା ପାରାଦୀପ ଆଦର୍ଶ ଥାନା ପୋଲିସ ।

ସୂଚନାଥାଉକି, ଯୁବତୀମାନେ ଗତ ଦୁଇଦିନ ହେଲା ପାରାଦ୍ଵୀପ ଆସିଥିବା ସୂଚନା ରହିଛି । ସ୍ପା ମାଲିକ ସେଖ୍ ବଦ୍ରୃ ଫେରାର ହୋଇଯାଇଛି । ସ୍ପା ଭିତରୁ ବହୁ ଆପତ୍ତିଜନକ ସାମଗ୍ରୀ, ଦେହଜୀବୀ ଓ ଗ୍ରାହକଙ୍କର ମୋବାଇଲ ଫୋନ୍, ରେଜିଷ୍ଟର ଜବତ କରାଯାଇଛି।

ସେହିପରି ଘର ମାଲିକ ପୋଲିସ ସ୍କାନରକୁ ଆସିଛନ୍ତି। ତାଙ୍କୁ ନୋଟିସ କରାଯାଇ ଖୁବଶୀଘ୍ର ଜେରା କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Comments are closed.