Latest Odisha News

BREAKING NEWS

Hirakud Dam: ହୀରାକୁଦର ଆଉ ୪ ଗେଟ୍‌ ଖୋଲିଲା; ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ୱଲପୁର: ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍‌ ଖୋଲିଲା । ଏବେ ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ଡ୍ୟାମ୍ ଜଳସ୍ତର ।

ପ୍ରଥମେ ଶନିବାର ୮ଟି ସ୍ଲୁଇସ୍‌ ଗେଟ୍‌ ଜରିଆରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଥିବାବେଳେ ରବିବାର ପୂର୍ବାହ୍ନରେ ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇ ମୋଟ୍‌ ୧୨ଟି ସ୍ଲୁଇସ୍‌ ଗେଟ୍‌ ଜରିଆରେ ଜଳଭଣ୍ଡାରରୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି । ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଜଳପତ୍ତନ ସଠିକ ଭାବେ ନିୟନ୍ତ୍ରିତ ହୋଇ ବର୍ତ୍ତମାନ ଶେଷ ସୂଚନା ଅନୁସାରେ ଜଳସ୍ତର ୬୨୧.୭୩ ଫୁଟ୍ ରହିଛି ।

ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରହାରି ୨ ଲକ୍ଷ ୧୧ ହାଜର ୭୮୩ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ପ୍ରତି ସେକେଣ୍ଡରେ ହାରାହାରି ମୋଟ ୨ ଲକ୍ଷ ୨୪ ହଜାର ୬୬୫ ଘନଫୁଟ ଅତିରିକ୍ତ ବନ୍ୟାଜଳ ନିଷ୍କାସିତ ହେଉଉଛି। ସେଥି ମଧ୍ୟରୁ ୧୨ଟି ସ୍ଲୁଇସ ଗେଟ୍‌ ଜରିଆରେ ମହାନଦୀକୁ ୧ ଲକ୍ଷ ୮୯ ହଜାର ୬୧୨ ଘନଫୁଟ ବନ୍ୟାଜଳ ନିଷ୍କାସିତ ହେଉଛି ।

 

Comments are closed.