ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଫେଡେରେଶନ ଉପରେ ଏବେ ଆନ୍ତର୍ଜାତୀୟ ପ୍ରତିବନ୍ଧର ବିପଦ ଘନେଇବାରେ ଲାଗିଛି । ଅକ୍ଟୋବର ୩୦ ସୁଦ୍ଧା ନୂତନ ସମ୍ବିଧାନ ଆପଣାଇବା ସହ ଏହାକୁ ପୃଷ୍ଟି କରିବା ପାଇଁ ଆନ୍ତର୍ଜାତୀୟ ଫୁଟବଲ ଫେଡେରେଶନ ଓ ଏସୀୟ ଫୁଟବଲ ସଂଘ ନିର୍ଦ୍ଦେଶ ଦେଇଛି । ଏଆଇଏଫଏଫ ଅଧ୍ୟକ୍ଷ କଲ୍ୟାଣ ଚୌବେଙ୍କୁ ଲିଖିତ ଭାବେ କଡା ଶବ୍ଦରେ ଜଣାଇଥିଲେ । ୨୦୧୭ରେ ଉଚ୍ଚତମ ନ୍ୟାୟଳୟଙ୍କ ନିକଟରେ ମାମଲା ଏବେ ବି ପଡି ରହିଛି । ଗୁରୁବାର ନ୍ୟାୟଳୟ ଏ ସମ୍ପର୍କରେ ଶୁଣାଣୀ କରିବେ ବୋଲି ଜଣାପଡିଛି । ଯଦି ସବୁ କିଛି ସମୟ ଅନୁସାରେ ନ ହେବ ତେବେ ଭାରତୀୟ ସଂଘ ଉପରେ ନିଲମ୍ବନ ଲଗାଇ ଦିଆଯାଇପାରେ ।
୨୦୨୨ରେ ଫିଫା ତୃ୍ତୀୟ ପକ୍ଷର ହସ୍ତକ୍ଷେପ ନେଇ ଏଆଇଏଫଏଫକୁ ନିଲମ୍ବିତ କରିଥିଲା । ସେ ସମୟରେ ଉଚ୍ଚତମ ନ୍ୟାୟଳୟ ଦ୍ୱାରା ନିଯୁକ୍ତ କମିଟିକୁ ଅସ୍ଥାୟୀ ଭାବେ ଏଆଇଏଫଏଫକୁ ସଂଚାଳନ କରିବା ପାଇଁ ନିର୍ଦ୍ଦେଶ ନେଇଥିଲେ । ପରେ କମିଟି ଭଙ୍ଗାଯିବା ପରେ ଏହି ନିଲମ୍ବନ ଆଦେଶ ଉଠାଇ ଦିଆଯାଇଥିଲା । ଆଗାମୀ ବୈଠକରେ ଖୁବ ଶୀଘ୍ର ଏ ସମ୍ପର୍କରେ ଏକ ଚୂଡାନ୍ତ ନିଷ୍ପତି ନିଆଯିବ ବୋଲି ଭାରତୀୟ ସଂଘ ପକ୍ଷରୁ କୁହାଯାଇଛି ।
Comments are closed.