ନୂଆଦିଲ୍ଲୀ: ଭାରତ-ଆମେରିକା ସମ୍ପର୍କରେ ଆହୁରି ତିକ୍ତତା ବଢ଼ିଛି । ଟ୍ରମ୍ପ୍ଙ୍କ ଟାରିଫ୍ ମାଡ଼ ପରେ ଭାରତ ଆହୁରି କଠର ହୋଇଛି । ଆଉ ଏହି କଥା ଆମେ ଏଥିପାଇଁ କହୁଛୁ, ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅତି କମ୍ ଚାରି ଥର ଫୋନ୍ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ମୋଦି ତାଙ୍କ ସହ କଥାବାର୍ତ୍ତା କରିବାକୁ ମନା କରିଦେଇଛନ୍ତି । ଜର୍ମାନୀର ପ୍ରସିଦ୍ଧ ସମ୍ବାଦପତ୍ର ଫ୍ରାଙ୍କ୍ଫୁର୍ଟର୍ ଆଲଗେମାଇନ୍ ଜାଇଟୁଙ୍ଗ୍ (FAZ) ଏହି ଘଟଣାକୁ ମୋଦିଙ୍କ କ୍ରୋଧ ଏବଂ ସତର୍କତାର ସଂକେତ ବୋଲି ଉଲ୍ଲେଖ କରିଛି । ଭାରତ ଉପରେ ଆମେରିକା ଲଗାଇଥିବା ୫୦ ପ୍ରତିଶତ ଟାରିଫ୍ ପ୍ରସଙ୍ଗରେ ଟ୍ରମ୍ପ୍ଙ୍କ ସେହି କଲ୍ ଥିଲା ।
FAZ ରିପୋର୍ଟ ଅନୁଯାୟୀ, ମୋଦିଙ୍କ ଏହି ନିଷ୍ପତ୍ତି ଭାରତ-ଆମେରିକା ବାଣିଜ୍ୟ ବିବାଦ, ରୁଷିଆ ତୈଳ କ୍ରୟ ଉପରେ ଆମେରିକାର ଦଣ୍ଡ ଏବଂ ଟ୍ରମ୍ପଙ୍କ ପାକିସ୍ତାନ ସହ ନିକଟତାରୁ ସୃଷ୍ଟି ହୋଇଛି । ବର୍ଲିନ୍ ଆଧାରିତ ଗ୍ଲୋବାଲ୍ ପବ୍ଲିକ୍ ପଲିସି ଇନ୍ଷ୍ଟିଟ୍ୟୁଟ୍ର ସହସ୍ଥାପକ ଥର୍ଷ୍ଟେନ୍ ବେନ୍ନର୍ ସୋସିଆଲ ମିଡିଆରେ ଏହି ରିପୋର୍ଟ ଶେୟାର୍ କରି କହିଛନ୍ତି, “FAZ କହୁଛି ଯେ ଟ୍ରମ୍ପ୍ ସମ୍ପ୍ରତିକାଳୀନ ସପ୍ତାହରେ ମୋଦିଙ୍କୁ ଚାରି ଥର ଫୋନ୍ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ମୋଦି ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ତେବେ ଟ୍ରମ୍ପ୍ଙ୍କ ଫୋନ୍ କଲ୍କୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।କାହିଁକି ଫୋନ୍ କରୁଛନ୍ତି ଟ୍ରମ୍ପ ?ମୋଦିଙ୍କୁ କ’ଣ କହିବାକୁ ଚାହୁଁଛନ୍ତି ଟ୍ରମ୍ପ ?
ଭାରତର ଆଭିମୁଖ୍ୟକୁ ନେଇ ଟ୍ରମ୍ପଙ୍କ ଟେନସନ୍ ବଢ଼ିଯାଇଛି କି ? କେବଳ ଟାରିଫ୍ ନା ଆଉ କିଛି ପ୍ରସଙ୍ଗରେ କଥା ହେବାକୁ ଚାହୁଁଛନ୍ତି ଆମେରିକା ରାଷ୍ଟ୍ରପତି ? ନା ଭାରତକୁ ମନାଇବାକୁ ଚେଷ୍ଟା କରୁଛନ୍ତି କି ଟ୍ରମ୍ପ ? ତେବେ ଆମେରିକା, ଭାରତ ଉପରେ ଯେଉଁ ଅତିରିକ୍ତ ଟାରିଫ୍ ଲଗାଇଛି, ତାହା ଦୁଇ ଦେଶ ମଧ୍ୟରେ ଦୂରତା ବଢ଼ାଇଛି । ଏଥିଯୋଗୁ ପୋଷାକ ଓ କପଡ଼ା ଶିଳ୍ପ ପ୍ରଭାବିତ ହେବ । କପଡ଼ା ରପ୍ତାନିରେ ଭାରତ ହେଉଛି ଷଷ୍ଠ ବୃହତ୍ ଦେଶ । ମୋଟ୍ ରପ୍ତାନିର ୩୦% ଆମେରିକାକୁ ଯାଏ, ପାଖାପାଖି ୧୦.୩ ବିଲିଅନ ଡଲାର ମୂଲ୍ୟର ରପ୍ତାନି କରିଥାଏ ଭାରତ । ସେହିପରି ଆମେରିକାକୁ ୧୦ ବିଲିଅନ ଡଲାର ହୀରା ଓ ଗହଣା ରପ୍ତାନି ହୋଇଥାଏ ।
ଭାରତ ପାଇଁ ଆମେରିକା ହେଉଛି ବୃହତ୍ ବଜାର । ସୁରତରେ ବିଶ୍ବର ୮୦% ହୀରା ପଲିସ୍ ହୁଏ । କେବଳ ଏତିକି ନୁହେଁ, ଏଥିଯୋଗୁ ଚିଙ୍ଗୁଡ଼ି, ଜୋତା ଓ ଚମଡ଼ା ଶିଳ୍ପ ମଧ୍ୟ ପ୍ରଭାବିତ ହେବ । ବାର୍ଷିକ ୬୦ ହଜାର କୋଟି ମୂଲ୍ୟର ଚିଙ୍ଗୁଡ଼ି ଆମେରିକାକୁ ରପ୍ତାନି ହୁଏ । ମୋଟ ରପ୍ତାନିର ୪୦% ଆମେରିକାକୁ ଯାଏ, ଚମଡ଼ା ଓ ଜୋତା ବିଷୟରେ ବିଚାର କଲେ, ଭାରତରୁ ମୋଟ୍ ୪.୧ ବିଲିଅନ ଡଲାର ଜୋତା ଓ ଚମଡ଼ା ଆମେରିକାକୁ ରପ୍ତାନି ହୁଏ…ଆମେରିକାର ଟାରିଫ୍ ମାଡ଼ ପରେ ଚମଡ଼ା ଶିଳ୍ପର ହବ୍ କୋଲକାତା ଅଧିକ ପ୍ରଭାବିତ ହେବ ।
BREAKING NEWS
- Bhakta Das on Kotia Issue: “କେନ୍ଦ୍ରରେ ସରକାର ବଞ୍ଚାଇବାକୁ ଓଡ଼ିଶାର ସ୍ୱାର୍ଥ ସହ ସାଲିସ୍ କରୁଛି ବିଜେପି”, କୋଟିଆ ପ୍ରସଙ୍ଗରେ ବର୍ଷିଲେ ଭକ୍ତ…
- Governor Celebrates Vijayadashami: ଏସ୍ଓଏସ୍ ଚିଲ୍ଡ୍ରେନ୍ସ ଭିଲେଜ୍ରେ ଦଶହରା ପାଳିଲେ ନୂଆ ରାଜ୍ୟପାଳ, କୁନି ପିଲାଙ୍କ ସହ ବାଣ୍ଟିଲେ ଖୁସି…
- ରାବଣ ନାମରେ ୩୪ଟି ଗାଁ ! ରାଜସ୍ଥାନ ଆଗରେ
- Naveen Backs CJP Leaders: କକ୍ରୋଚ୍ ଜନତା ପାର୍ଟି ସମର୍ଥନରେ ବାହାରିଲେ ନବୀନ ପଟ୍ଟନାୟକ! ଆଶୁତୋଷ ଓ ସୌରଭଙ୍କୁ ତୁରନ୍ତ ମୁକ୍ତ କରିବାକୁ କଲେ ଦାବି
- ଚାଷୀଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମର ‘ବେଦାମୃତ’; ମହୁମାଛି ପାଳନ…
- କିମ ଜୋଙ୍ଗ ଉନଙ୍କ ମୃତ୍ୟୁ ଖବର ଗୁଜବକୁ ଖଣ୍ଡନ କଲା ଉତ୍ତର କୋରିଆ
- ଷ୍ଟାର୍କଙ୍କ ଐତିହାସିକ ରେକର୍ଡ: ୪୫୦ ଟେଷ୍ଟ ୱିକେଟ୍ ନେବାରେ ବିଶ୍ୱର ପ୍ରଥମ ବାମହାତୀ ଦ୍ରୁତ ବୋଲର
- Dussehra 2026: ନିଜ ହାତରେ ରାବଣ ଦହନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାମରାଜ୍ୟର ଆଦର୍ଶକୁ ମନେ ପକାଇ ଦଶହରା ମଞ୍ଚରୁ ମୋଦୀ ଦେଲେ ବଡ଼ ବାର୍ତ୍ତା…
- ଟାଇଗରଙ୍କୁ ଗୁଳିମାଡ ଘଟଣା; ବଢିଲା ସଲମାନ୍ ଖାନଙ୍କ ସୁରକ୍ଷା, ହାତରେ ବନ୍ଧୁକ…
- Rubio meets Jaishankar: ଭାରତର ପ୍ରଶଂସାରେ ଆମେରିକା ବୈଦେଶିକ ମନ୍ତ୍ରୀ, କହିଲେ, ‘ବିଶୋଧନକାରୀ ମହାଶକ୍ତି’, ଜୟଶଙ୍କର-ରୁବିଓଙ୍କ ମଧ୍ୟରେ ହେଲା ବଡ ବୈଠକ!

Comments are closed.