ନୂଆଦିଲ୍ଲୀ: ଭାରତ-ଆମେରିକା ସମ୍ପର୍କରେ ଆହୁରି ତିକ୍ତତା ବଢ଼ିଛି । ଟ୍ରମ୍ପ୍ଙ୍କ ଟାରିଫ୍ ମାଡ଼ ପରେ ଭାରତ ଆହୁରି କଠର ହୋଇଛି । ଆଉ ଏହି କଥା ଆମେ ଏଥିପାଇଁ କହୁଛୁ, ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅତି କମ୍ ଚାରି ଥର ଫୋନ୍ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ମୋଦି ତାଙ୍କ ସହ କଥାବାର୍ତ୍ତା କରିବାକୁ ମନା କରିଦେଇଛନ୍ତି । ଜର୍ମାନୀର ପ୍ରସିଦ୍ଧ ସମ୍ବାଦପତ୍ର ଫ୍ରାଙ୍କ୍ଫୁର୍ଟର୍ ଆଲଗେମାଇନ୍ ଜାଇଟୁଙ୍ଗ୍ (FAZ) ଏହି ଘଟଣାକୁ ମୋଦିଙ୍କ କ୍ରୋଧ ଏବଂ ସତର୍କତାର ସଂକେତ ବୋଲି ଉଲ୍ଲେଖ କରିଛି । ଭାରତ ଉପରେ ଆମେରିକା ଲଗାଇଥିବା ୫୦ ପ୍ରତିଶତ ଟାରିଫ୍ ପ୍ରସଙ୍ଗରେ ଟ୍ରମ୍ପ୍ଙ୍କ ସେହି କଲ୍ ଥିଲା ।
FAZ ରିପୋର୍ଟ ଅନୁଯାୟୀ, ମୋଦିଙ୍କ ଏହି ନିଷ୍ପତ୍ତି ଭାରତ-ଆମେରିକା ବାଣିଜ୍ୟ ବିବାଦ, ରୁଷିଆ ତୈଳ କ୍ରୟ ଉପରେ ଆମେରିକାର ଦଣ୍ଡ ଏବଂ ଟ୍ରମ୍ପଙ୍କ ପାକିସ୍ତାନ ସହ ନିକଟତାରୁ ସୃଷ୍ଟି ହୋଇଛି । ବର୍ଲିନ୍ ଆଧାରିତ ଗ୍ଲୋବାଲ୍ ପବ୍ଲିକ୍ ପଲିସି ଇନ୍ଷ୍ଟିଟ୍ୟୁଟ୍ର ସହସ୍ଥାପକ ଥର୍ଷ୍ଟେନ୍ ବେନ୍ନର୍ ସୋସିଆଲ ମିଡିଆରେ ଏହି ରିପୋର୍ଟ ଶେୟାର୍ କରି କହିଛନ୍ତି, “FAZ କହୁଛି ଯେ ଟ୍ରମ୍ପ୍ ସମ୍ପ୍ରତିକାଳୀନ ସପ୍ତାହରେ ମୋଦିଙ୍କୁ ଚାରି ଥର ଫୋନ୍ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ମୋଦି ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ତେବେ ଟ୍ରମ୍ପ୍ଙ୍କ ଫୋନ୍ କଲ୍କୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।କାହିଁକି ଫୋନ୍ କରୁଛନ୍ତି ଟ୍ରମ୍ପ ?ମୋଦିଙ୍କୁ କ’ଣ କହିବାକୁ ଚାହୁଁଛନ୍ତି ଟ୍ରମ୍ପ ?
ଭାରତର ଆଭିମୁଖ୍ୟକୁ ନେଇ ଟ୍ରମ୍ପଙ୍କ ଟେନସନ୍ ବଢ଼ିଯାଇଛି କି ? କେବଳ ଟାରିଫ୍ ନା ଆଉ କିଛି ପ୍ରସଙ୍ଗରେ କଥା ହେବାକୁ ଚାହୁଁଛନ୍ତି ଆମେରିକା ରାଷ୍ଟ୍ରପତି ? ନା ଭାରତକୁ ମନାଇବାକୁ ଚେଷ୍ଟା କରୁଛନ୍ତି କି ଟ୍ରମ୍ପ ? ତେବେ ଆମେରିକା, ଭାରତ ଉପରେ ଯେଉଁ ଅତିରିକ୍ତ ଟାରିଫ୍ ଲଗାଇଛି, ତାହା ଦୁଇ ଦେଶ ମଧ୍ୟରେ ଦୂରତା ବଢ଼ାଇଛି । ଏଥିଯୋଗୁ ପୋଷାକ ଓ କପଡ଼ା ଶିଳ୍ପ ପ୍ରଭାବିତ ହେବ । କପଡ଼ା ରପ୍ତାନିରେ ଭାରତ ହେଉଛି ଷଷ୍ଠ ବୃହତ୍ ଦେଶ । ମୋଟ୍ ରପ୍ତାନିର ୩୦% ଆମେରିକାକୁ ଯାଏ, ପାଖାପାଖି ୧୦.୩ ବିଲିଅନ ଡଲାର ମୂଲ୍ୟର ରପ୍ତାନି କରିଥାଏ ଭାରତ । ସେହିପରି ଆମେରିକାକୁ ୧୦ ବିଲିଅନ ଡଲାର ହୀରା ଓ ଗହଣା ରପ୍ତାନି ହୋଇଥାଏ ।
ଭାରତ ପାଇଁ ଆମେରିକା ହେଉଛି ବୃହତ୍ ବଜାର । ସୁରତରେ ବିଶ୍ବର ୮୦% ହୀରା ପଲିସ୍ ହୁଏ । କେବଳ ଏତିକି ନୁହେଁ, ଏଥିଯୋଗୁ ଚିଙ୍ଗୁଡ଼ି, ଜୋତା ଓ ଚମଡ଼ା ଶିଳ୍ପ ମଧ୍ୟ ପ୍ରଭାବିତ ହେବ । ବାର୍ଷିକ ୬୦ ହଜାର କୋଟି ମୂଲ୍ୟର ଚିଙ୍ଗୁଡ଼ି ଆମେରିକାକୁ ରପ୍ତାନି ହୁଏ । ମୋଟ ରପ୍ତାନିର ୪୦% ଆମେରିକାକୁ ଯାଏ, ଚମଡ଼ା ଓ ଜୋତା ବିଷୟରେ ବିଚାର କଲେ, ଭାରତରୁ ମୋଟ୍ ୪.୧ ବିଲିଅନ ଡଲାର ଜୋତା ଓ ଚମଡ଼ା ଆମେରିକାକୁ ରପ୍ତାନି ହୁଏ…ଆମେରିକାର ଟାରିଫ୍ ମାଡ଼ ପରେ ଚମଡ଼ା ଶିଳ୍ପର ହବ୍ କୋଲକାତା ଅଧିକ ପ୍ରଭାବିତ ହେବ ।
BREAKING NEWS
- ଭାରତ ଦଲାଇ ଲାମାଙ୍କ ଉତ୍ତରାଧିକାର ପ୍ରସଙ୍ଗରୁ ଦୂରେଇ ରହିବା ଉଚିତ୍, ଏହା ଆମର ଆଭ୍ୟନ୍ତରୀଣ ମାମଲା: ଚୀନ
- ‘3F’ concerns: 3F କ’ଣ? ଚେତାଇ ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ହୋଇପାରେ ୧ ଲକ୍ଷ କୋଟି ଟଙ୍କାର କ୍ଷତି…
- ହସ୍ପିଟାଲରେ ଭର୍ତ୍ତି ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ
- ତାମିଲନାଡୁ ରାଜନୀତିରେ ହଲଚଲ: ଏଆଇଏଡିଏମକେର ୩ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା, ବିଜୟଙ୍କ ‘ଟିଭିକେ’ ଦଳରେ ସାମିଲ
- ପୂଜା-ଆମିରଙ୍କ ଅକୁହା କାହାଣୀ: ଫଟୋ ପଛର ରହସ୍ୟ କଣ ?
- ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୬ ମୃତ, ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କେଲେ ମୁଖ୍ୟମନ୍ତ୍ରୀ
- Pakistan Rejects Trump’s Deal: ‘ଆମେ ରାଜି ନୁହେଁ…’, ଟ୍ରମ୍ପଙ୍କ ଆବେଦନକୁ ଗୋଡରେ ଆଡେଇ ଦେଲା ପାକିସ୍ତାନ
- ଦେବାଶିଷ ସାମନ୍ତରାୟ ବିଜେପିରେ ଯୋଗଦେଲେ, ଗତକାଲି ସାଂସଦ ପଦ ଓ ବିଜେଡିରୁ ଦେଇଥିଲେ ଇସ୍ତଫା
- PM Modi’s 12-Year Tenure: ମୋଦି ସରକାରଙ୍କୁ ୧୨ ବର୍ଷ, ଗାଁ ଗାଁ ବୁଲି ଏନଡିଏ ସରକାରଙ୍କ ସଫଳତା ବଖାଣିବେ ମନ୍ତ୍ରୀ-ନେତା
- QUAD କ’ଣ? ଜାଣନ୍ତୁ କାହିଁକି ଏକାଠି ହୋଇଛନ୍ତି ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ
Comments are closed.