ଭୁବନେଶ୍ବର: ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ ବିଏମସି ପକ୍ଷରୁ କୁକୁର ଗଣନା(Dog Census) ଆରମ୍ଭ ହେବ ବୋଲି BMC କମିଶନର ଚଞ୍ଚଳ ରାଣା କହିଛନ୍ତି । ଭେଟେନାରୀ ଡାକ୍ତରଙ୍କ ପରାମର୍ଶ ନେଇ ପ୍ରତି ୱାର୍ଡରେ ଏକକାଳୀନ ଗଣନା ଆରମ୍ଭ ହେବ। ପ୍ରତି ୱାର୍ଡ ପାଇଁ ୩ ରୁ ୪ ଜଣ ଅଧିକାରୀ କୁକୁର ଗଣନା କାର୍ଯ୍ୟରେ ନିୟୋଜିତ ହେବେ।
ସୂଚନାଥାଉକି, ଗଣନା ଲାଗି ନିର୍ଦିଷ୍ଟ ଟ୍ରେନିଂ ଦିଆଯିବ । ସ୍ବଚ୍ଛ ସାଥୀ, ସଫେଇ କର୍ମୀଙ୍କ ସହ ବିଏମସି ଅଧିକାରୀମାନେ ମଧ୍ୟ କୁକୁର ଗଣନା କାର୍ଯ୍ୟରେ ସାମିଲ ହେବେ। ଗଣନା ପୂର୍ବରୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ସପ୍ତାହେ ରୁ ୧୦ ଦିନ ମଧ୍ୟରେ ଭୁବନେଶ୍ୱରରେ ଏହି ଗଣନା ଶେଷ ହେବ।
ଏହି ଗଣନା ପରେ ସହରରେ କେତେ କୁକୁର ଅଛନ୍ତି ତାର ପ୍ରକୃତ ତଥ୍ୟ ଜଣାପଡିବ । ବହୁତ ଦିନ ଆଗରୁ ଏକ ସର୍ଭେ ହୋଇଥିଲା ।
Comments are closed.