Latest Odisha News

BREAKING NEWS

Purushottam Express: ପୁରୁଷୋତ୍ତମ ଏକ୍ସପ୍ରେସରୁ ମିଳିଲା ଯୁବକଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ

ଭୁବନେଶ୍ବର: ପୁରୁଷୋତ୍ତମ ଏକ୍ସପ୍ରେସରୁ ମିଳିଲା ଯୁବକଙ୍କ ମୃତଦେହ। ଭୁବନେଶ୍ବର ଷ୍ଟେସନ ନିକଟରେ ଟ୍ରେନ୍ ଶୌଚାଳୟରୁ ମିଳିଲା ମୃତଦେହ।ଶୌଚାଳୟ ସଫେଇ ବେଳେ ମିଳିଲା ମୃତଦେହ। ତେବେ ଏଯାଏଁ ଯୁବକଙ୍କ ପରିଚୟ ମିଳିନି।

ସୂଚନା ଅନୁସାରେ ଭୁବନେଶ୍ବର ଷ୍ଟେସନରୁ ଶବକୁ ଉଦ୍ଧାର କରିଛି GRP ପୋଲିସ । ଟ୍ରେନ୍ ସଫା କରିବା ବେଳେ ସଫେଇ କର୍ମଚାରୀ ଶବ ଦେଖି ରେଲବାଇ ପୋଲିସ ତଥା GRP କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଂଚି ଆରମ୍ଭ କରିଛି ପଞ୍ଚନାମା। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ ହୋଇଛି। ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ। ମୃତ ଯୁବକଙ୍କର ବୟସ ପାଖାପାଖି ୩୦ ବର୍ଷ ହେବା ନେଇ ଅନୁମାନ କରାଯାଉଛି।

 

Comments are closed.