ନୂଆଦିଲ୍ଲୀ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ସହିତ ଜଡିତ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅଧୀନରେ ସାଙ୍ଘାତିକ ଷଡ଼ଯନ୍ତ୍ର ମାମଲାରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ପୂର୍ବତନ ଛାତ୍ର ଉମର ଖାଲିଦ ଏବଂ ଶାର୍ଜିଲ ଇମାମ ଏବଂ ଅନ୍ୟ ସାତ ଜଣଙ୍କୁ ଜାମିନ ଦେବାକୁ ମଙ୍ଗଳବାର ମନା କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ।
ଜାମିନ ଆବେଦନ କରିଥିବା ୯ ଜଣ ଅଭିଯୁକ୍ତ ହେଲେ ଶର୍ଜିଲ ଇମାମ, ଉମର ଖାଲିଦ, ମହମ୍ମଦ ସଲିମ ଖାନ, ଶିଫା ଉର ରେହମାନ, ଅଥାର ଖାନ, ମୀରାନ ହାଇଦର, ଶାଦାବ ଅହମ୍ମଦ, ଅବଦୁଲ ଖାଲିଦ ସୈଫି ଏବଂ ଗୁଲଫିଶା ଫାତିମା।
ସୂଚନା ଅନୁଯାୟୀ, ଯେହେତୁ ଟ୍ରାଏଲ କୋର୍ଟ ଏପର୍ଯ୍ୟନ୍ତ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ଫଇସଲା କରିନାହାଁନ୍ତି, ସେଥିପାଇଁ ବିଚାର ବିଳମ୍ବ ହେତୁ ସେମାନଙ୍କୁ ଦୀର୍ଘ ସମୟ ପାଇଁ ଜେଲରେ ରହିବାକୁ ପଡିଥିଲା। ତେଣୁ ଅଭିଯୁକ୍ତମାନେ ଏହି ଆଧାରରେ ଜାମିନ ଆବେଦନ କରିଥିଲେ।
ଏହି ମାମଲାରେ ବିଚାରପତି ନବୀନ ଚାୱଲା ଏବଂ ଶୈଲିନ୍ଦର କୌରଙ୍କ ଖଣ୍ଡପୀଠ ଆଜି ରାୟ ଶୁଣାଇଥିଲେ। ଶୁଣାଣୀ ବେଳେ କୋର୍ଟ କହିଛନ୍ତି ଯେ “ସମସ୍ତ ଆବେଦନ ଖାରଜ କରାଯାଉଛି।”
Comments are closed.