Latest Odisha News

BREAKING NEWS

Biometric attendance: ଏଣିକି ମୋବାଇଲ୍ ଆପ୍‌ରେ ବାୟୋମେଟ୍ରିକ୍ ବାଧ୍ୟତାମୂଳକ, ଉପସ୍ଥାନ ଅନୁସାରେ ଦରମା

ଭୁବନେଶ୍ବର: ଏଣିକି ମୋବାଇଲ୍ ଆପ୍ ବ୍ୟବହାର କରି ବାୟୋମେଟ୍ରିକ୍ ଉପସ୍ଥାନ ବାଧ୍ୟତାମୂଳକ। ଉପସ୍ଥାପନ ଅନିସାରେ ମିଳିବ ଦରମା। ଏଭଳି ନିର୍ଦ୍ଧେଶନାମା ଜାରି କରିଛି ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତିକରଣ ବିଭାଗ।

୧ ସେପ୍ଟେମ୍ବର ଠାରୁ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସମସ୍ତ କର୍ମଚାରୀଙ୍କୁ ମୋବାଇଲ ଆପ୍ ମାଧ୍ୟମରେ ଉପସ୍ଥାନ ଦେବାକୁ କୁହାଯାଇଛି। ଆପ୍‌ରୁ ପ୍ରାପ୍ତ ଅନୁପସ୍ଥିତ ବିବରଣୀ ଆଧାରରେ ପରବର୍ତ୍ତୀ ମାସର ଦରମା ପ୍ରଦାନ କରାଯିବ।

ଲଗ୍ ଇନ୍ କିମ୍ବା ଲଗ୍ ଆଉଟ୍ ସମୟରେ ଯେକୌଣସି ଅସୁବିଧାର ସମ୍ମୁଖୀନ ହେଲେ ନିୟୋଜିତ କର୍ମଚାରୀଙ୍କୁ ରିପୋର୍ଟ କରିବାକୁ ହେବ ବୋଲି କୁହାଯାଇଛି। ଅଫିସରେ କର୍ମଚାରୀଙ୍କ ଉପସ୍ଥାପନାରେ ସ୍ୱଛତା ପାଇଁ ବିଭାଗ ପକ୍ଷରୁ ଆପ୍ ବ୍ୟବହାର କରାଯାଉଛି ବୋଲି କୁହାଯାଇଛି।

Comments are closed.