Latest Odisha News

BREAKING NEWS

ଅଷ୍ଟ୍ରେଲିଆ ଏ ବିପକ୍ଷ ମୁକାବିଲା ପାଇଁ ଶ୍ରେୟାଶଙ୍କୁ ମିଳିଲା ଏହି ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏ ବିପକ୍ଷ ୨ଟି ମ୍ୟାଚ ପାଇଁ ବିସିସିଆଇ ଭାରତୀୟ ଦଳର ଘୋଷଣା କରିଛି । ଶ୍ରେୟାଶ ଆୟାରଙ୍କୁ ଏହାର ଅଧିନାୟକ ନିଯୁକ୍ତ କରାଯାଇଛି । ସେପ୍ଟମ୍ବର ୧୬ରୁ ପ୍ରଥମ ମ୍ୟାଚ ଏବଂ ୨୩ରୁ ଦ୍ୱିତୀୟ ମ୍ୟାଚ ଖେଳାଯିବ । ୨ଟି ଯାକ ମ୍ୟାଚ ଲକ୍ଷ୍ନୌରେ ଖେଳାଯିବ । ଏସିଆ କପ ଟିମରେ ସ୍ଥାନ ପାଇ ନ ଥିବା ଶ୍ରେୟାଶଙ୍କୁ ଏହି ମ୍ୟାଚ ମାଧ୍ୟମରେ ନିଜକୁ ପ୍ରମାଣିତ କରିବାକୁ ପଡିବ । ସାଈ ସୁଦର୍ଶନ, ଧ୍ରୁବ ଜୁରେଲ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ପରି ଖେଳାଳିଙ୍କୁ ଏହି ସିରିଜ ପାଇଁ ସୁଯୋଗ ପ୍ରଦାନ କରାଯାଇଛି । କେଏଲ ରାହୁଲ ଓ ମହମ୍ମଦ ସିରାଜ ଦ୍ୱିତୀୟ ମ୍ୟାଚରେ ଅନ୍ୟ ଦୁଇଜଣ ଖେଳାଳିଙ୍କ ବଦଳରେ ଦଳରେ ସାମିଲ ହେବେ ।

ଅକ୍ଟୋବର ୨ରୁ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଏହା ତାଙ୍କୁ ଅଭ୍ୟାସ କରିବାରେ ସହାୟ ହେବ । ୨ଟି ବହୁ ଦିବସୀୟ ମ୍ୟାଚ ପରେ ଅଷ୍ଟ୍ରେଲିଆ ଏ ବିପକ୍ଷରେ ଭାରତ ଏ ସେପ୍ଟମ୍ବର ୩୦, ଅକ୍ଟୋବର ୩ ଓ ଅକ୍ଟୋବର ୫ରେ ୩ଟି ଦିନିକିଆ ମ୍ୟାଚ ଖେଳିବ ।
ଭାରତ ଏ ଟିମ: ଶ୍ରେୟାଶ ଆୟାର(ଅଧିନାୟକ), ଅଭିମନ୍ୟୁ ଈଶ୍ୱରନ, ଏନ.ଜଗଦୀଶନ, ସାଈ ସୁଦର୍ଶନ, ଧ୍ରୁବ ଜୁରେଲ, ଦେବଦତ ପାଡିକଲ, ହର୍ଷ ଦୁବେ, ଆୟୂଷ ବଡାନୀ, ନୀତିଶ କୁମାର ରେଡ୍ଡୀ, ତନୂଷ କୋଟିୟାନ, ପ୍ରସିଦ୍ଧ କ୍ରିଷ୍ଣା, ଗୁରନୂର ବରାଡ, ଖଲୀଲ ଅହମ୍ମଦଳ, ମାନବ ସୁଥାର ଓ ୟଶ ଠାକୁର ।

Comments are closed.