Latest Odisha News

BREAKING NEWS

ଏଆଇ ଏବଂ ଏସଆଇ ମଧ୍ୟରେ ଫସି ଯିବାନି ତ ଆମେ

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱରେ ଆର୍ଟିଫିଶିୟାଲ ଇଂଟେଲଜେନ୍ସର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଅତ୍ୟଧିକ ଟେକ୍ନୋଲୋଜିର ବ୍ୟବହାର ବ୍ୟକ୍ତିଗତ ଜୀବନର ଗୋପନୀୟତାକୁ ପଦାରେ ପକାଇବା ଆଶଙ୍କା ରହିଛି । ଇତି ମଧ୍ୟରେ ଏଆଇଠାରୁ ଆଉ ପାଦେ ଆଗକୁ ଯାଇ ସିନ୍ଥେଟିକ ଇଂଟେଲଜେନ୍ସି ବାହାର କରାଯାଇଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଥିରେ ମାନବୀୟ ସମ୍ବେଦନା ଓ ଚେତନା ଜଡିତ ହେବ । ଯାହାକି ଏକ ଚିନ୍ତାର ବିଷୟ । ଏହା କୃତ୍ରିମ ହେଲେ ମଧ୍ୟ ପ୍ରାକୃତିକ ପରିବେଶ ସୃଷ୍ଟି କରିବ । ଦ୍ୱନ୍ଦ୍ୱ ଓ ଭ୍ରମର ମାୟାଜାଲରେ ସାଧାରଣ ମଣିଷ ଛଟପଟ ହେବ । ମଣିଷ ପରି ଏହା ଚିନ୍ତା କରିବ, ବୁଝିବ ଓ ନିର୍ଣ୍ଣୟ ନେବ ବୋଲି ମଧ୍ୟ ଅନୁମାନ କରାଯାଉଛି । ଅବଶ୍ୟ ଏହା କେତେ ଦୂର ସତ୍ୟ ତାହା ଆଗାମୀ ଦିନରେ ଜଣାପଡିବ ।

ଏଆଇ ଏବେ ସ୍ମାର୍ଟଫୋନଠାରୁ ଆରମ୍ଭ କରି ପ୍ରାୟ ସମସ୍ତ କ୍ଷେତ୍ରରେ ବ୍ୟବହାର କରାଯାଉଛି । ସିନ୍ଥେଟିକ ଇଂଟେଲଜେନ୍ସି ଏଆଇର ପରବର୍ତୀ ରୂପ । ଏହାର ସ୍ୱତନ୍ତ୍ର ପରିଚୟ ଓ ଇଚ୍ଛା ରହିବ । ଏସଆଇର ପ୍ରୋଗ୍ରାମ ବେଶ ଲୋକପ୍ରିୟତର ହାସଲ କରୁଛି ବୋଲି ବିଶ୍ଲେଷକମାନେ କହିଛନ୍ତି । ଏସଆଇର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ମନୁଷ୍ୟର ମସ୍ତିଷ୍କ ସଦୃଶ କାମ କରିବ ବୋଲି କୁହାଯାଉଛି । ଏସଆଇର କାର୍ଯ୍ୟପ୍ରଣାଳର କିଭଳି ରହିବ ତାହା ସମ୍ମୁଖକୁ ନ ଆସିବା ପର୍ଯ୍ୟନ୍ତ ବର୍ଣ୍ଣନା କରିବା କଷ୍ଟକର । ତେବେ ଯଦି ଅନୁମାନ ସତ୍ୟରେ ରୂପ ନିଏ ତେବେ ଏହା ନିଶ୍ଚିତ ଭାବେ ମନୁଷ୍ୟ ପାଇଁ ଉଭୟ ଭଲ ଏବଂ ମନ୍ଦର କାହାଣୀ ନେଇ ଆସିବ ।

Comments are closed.