Latest Odisha News

BREAKING NEWS

ରାସନ ଚାଉଳକୁ ନେଇ ବାପାଙ୍କୁ ହତ୍ୟା କରିଥିଲା ପୁଅ; ଏବେ ଆଜୀବନ କାରାଦଣ୍ଡ

ଯାଜପୁର:ପିତୃହନ୍ତା ଯୁବକକୁ ଆଜୀବନ କାରାଦଣ୍ଡାଦେଶ । ୨୦୨୦ ବିଞ୍ଝାରପୁର ବାଛୋଳ ଗାଁ ହତ୍ୟାକାଣ୍ଡ ମାମଲାରେ ଆସିଲା ରାୟ । ଦୋଷୀ ଗୁରୁଚରଣ ବେହେରାକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଜିଲ୍ଲା ଦୌରାଜଜ୍ । ରାସନ ଚାଉଳକୁ କେନ୍ଦ୍ର କରି ବଚସା ପରେ ବାପାକୁ ହତ୍ୟା କରିଥିଲା ।

୧୮ ପୃଷ୍ଠାର ଦସ୍ତାବିଜ୍ ଅନୁଶୀଳନ କରିବା ସହ ୧୭ ଜଣଙ୍କୁ ଠାରୁ ସାକ୍ଷ୍ୟ ଗ୍ରହଣ କରି ଅଭିଯୁକ୍ତ ଗୁରୁଚରଣ ବେହେରାଙ୍କୁ କାରା ଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଦୌରାଜଜ ଅମୃତ ରଞ୍ଜନ ନନ୍ଦ । ଏହି ମାମଲାରେ ଅଭିଯୁକ୍ତଙ୍କ ଠାରୁ ୨୦ହଜାର ଟଙ୍କାର ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଥାଉକି, ୨୦୨୦ ମସିହା ୨୯ ସେପ୍ଟେମ୍ବର ରାତିରେ ବାପା ବାଇଧର ବେହେରାଙ୍କୁ କଟୁରୀରେ ହାଣି ହତ୍ୟା କରିଥିଲା ସାନପୁଅ ଗୁରୁଚରଣ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ବଛୋଳ ଗାଁରେ ଘଟିଥିଲା ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲ । ତେବେ ଘଟଣା ପରଦିନ ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।

 

Comments are closed.