Latest Odisha News

BREAKING NEWS

Manmohan samal: ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ବିରତ ରହିବା ନେଇ ପ୍ରତିକ୍ରିୟା ରଖିଲେ ମନମୋହନ ସାମଲ

ଭୁବନେଶ୍ବର:ଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ବିରତ ରହିବା ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏହି ନିଷ୍ପତ୍ତି ବିଜେଡିର ଦଳୀୟ ନିଷ୍ପତ୍ତି, ବିଜେପି ନିଜ ରାସ୍ତାରେ ଅଛି ।

ସୂଚନାଥାଉକି, ନୂଆଦିଲ୍ଲୀ ଗସ୍ତ ସାରି ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି ଯେ, ସାଂସଦ ଓ କେନ୍ଦ୍ରୀୟ ନେତୃତ୍ଵମାନଙ୍କ ସହ ଆଲୋଚନା ହୋଇଛି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କିମ୍ବା ନିଗମ, ବୋର୍ଡ ନେଇ କୌଣସି ଆଲୋଚନା ହୋଇନାହିଁ । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନିଆଯିବ।

ଆଲୋଚନା ହେଲେ ଖୁବଶୀଘ୍ର ଜଣାଇଦିଆଯିବ ବୋଲି କହିଛନ୍ତି ମନମୋହନ।

Comments are closed.