Latest Odisha News

BREAKING NEWS

ଆଇସିସି ଟି୨୦ ର‌୍ୟାଙ୍କିଙ୍ଗରେ ଭାରତର କ୍ଲିନ ସୁଇପ

ନୂଆଦିଲ୍ଲୀ: ଆଇସିସି ଟି୨୦ ର‌୍ୟାଙ୍କିଙ୍ଗରେ ଭାରତ ସମସ୍ତ ୪ଟି ବିଭାଗରେ ଶୀର୍ଷ ସ୍ଥାନ ହାସଲ କରି କ୍ଲିନ ସୁଇପ କରିଛି । ଭାରତୀୟ ଦଳ ଟିମ ର‌୍ୟାଙ୍କିଙ୍ଗ ସମେତ ବ୍ୟାଟ୍ସମ୍ୟାନ, ବୋଲର ଓ ଅଲରାଉଣ୍ଡରେ ପ୍ରଥମ ସ୍ଥାନରେ ରହିଛି । ବରୁଣ ଚକ୍ରବର୍ତି ପ୍ରଥମ ଥର ପାଇଁ କ୍ୟାରିୟରରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଭାରତୀୟ ବୋଲର ଯଶପ୍ରୀତ ବୁମରାହ ଓ ରବି ବିଶ୍ନୋଇ ଏହି ସଫଳତା ହାସଲ କରିଥିଲେ । ଅଭିଷେକ ଶର୍ମା ବ୍ୟାଟିଂରେ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଅଲରାଉଣ୍ଡ ର‌୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନରେ ରହିଛନ୍ତି । ଚଳିତ ଏସିଆ କପ କ୍ରିକେଟରେ ଅଭିଷେକ ଓ ବରୁଣ ପ୍ରଭାବୀ ବୋଲିଂ ପ୍ରଦର୍ଶନ ଜାରୀ ରଖିଛନ୍ତି ।

ଅଭିଷେକ ଏବଂ ହାର୍ଦ୍ଦିକ ସେମାନଙ୍କ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଅଭିଷେକଙ୍କ ପଛକୁ ଫିଲ ସଲ୍ଟ ଓ ଜୋସ ବଟଲର ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ପ୍ରଥମ ୧୦ଜଣଙ୍କ ମଧ୍ୟରେ ଭାରତର ତିଳକ ବର୍ମା ଚତୁର୍ଥ ଓ ସୂର୍ଯ୍ୟକୁମାର ଯାଦବ ୭ ସ୍ଥାନରେ ରହିଛନ୍ତି । ସେହିପରି ବୋଲରଙ୍କ ମଧ୍ୟରେ ରବି ବିଶ୍ନୋଇ ୮ମ ସ୍ଥାନରେ ରହିଛନ୍ତି ।

Comments are closed.