ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୨୦୧୨ ମସିହାର ଦିଲ୍ଲୀ ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଶେଷରେ ପୀଡିତାଙ୍କୁ ମିଳିଛି ନ୍ୟାୟ ।
ଏହା ସହିତ ଜଡ଼ିତ ୪ ଜଣ ଅଭିଯୁକ୍ତଙ୍କୁ ଜାନୁଆରୀ ୨୨ ତାରିଖରେ ସକାଳ ୭ଟାରେ ଫାଶୀ ଦିଆଯିବା ନେଇ ସମୟ ସ୍ଥିର ହୋଇଛି ।
2012 Delhi gangrape case: A Delhi court issues death warrant against all 4 convicts, execution to be held on 22nd January at 7 am https://t.co/K4JCAM0RJa
— ANI (@ANI) January 7, 2020
ଜାନୁଆରୀ ୭ ତାରିଖ ମଙ୍ଗଳବାର ଦିନ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି।
ଜାତୀୟ ଗଣମାଧ୍ୟମର ପ୍ରକାଶିତ ରିପୋର୍ଟ ଅନୁସାରେ ୧୪ ଦିନ ମଧ୍ୟରେ ସମସ୍ତ ଦୋଷୀ ନିଜର ଆଇନଗତ ପ୍ରତିକାର ବ୍ୟବସ୍ଥାର ବ୍ୟବହାର କରିପାରିବେ ବୋଲି କୋର୍ଟ କହିଛନ୍ତି ।
ଅଦାଲତଙ୍କ ଏହି ନିର୍ଦ୍ଦେଶ ପରେ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାୟର କରିବେ ବୋଲି କହିଛନ୍ତି ନିର୍ଭୟା ମାମଲାରେ ଦୋଷୀଙ୍କ ପକ୍ଷରୁ ଲଢୁଥିବା ଆଇନଜୀବୀ ଏ.ପି ସିଂହ ।
ତେବେ ଅଦଲାତଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ଭୟା ଗଣଦୁଷ୍କର୍ମ ମାମଲରେ ପବନ ଗୁପ୍ତା, ଅକ୍ଷୟ ଠାକୁର, ବିମୟ ଶର୍ମା, ଦିନେଶ ସିଂହଙ୍କୁ ୨୨ତାରିଖ ସକାଳ ୭ଟାରେ ଫାଶୀ ଦିଆଯିବ ।
ଅଦାଲତଙ୍କ ଏହି ରାୟ ପରେ ଦୀର୍ଘ ଦିନ ଧରି ଚାଲୁଥିବା ଏହି ଚର୍ଚ୍ଚିତ ମାମଲାରେ ଦୋଷୀଙ୍କ ଦଣ୍ଡିତ ହେବା ନିଶ୍ଟିତ ହେବ ବୋଲି ଜଣାପଡିଛି ।
Comments are closed.