ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଜନଜାତି ବିଦ୍ୟାଳୟ କିସ୍ ପରିସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମଦିନ ପାଳିତ ହୋଇଯାଇଛି। ଏଥିରେ କିସର ୪୦ ହଜାର ଛାତ୍ରଛାତ୍ରୀ ଏକାଠି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଥିଲେ। ପିଲାମାନେ ମୋଦୀଙ୍କ ମୁଖା ପିନ୍ଧି ଜନ୍ମଦିନ ସଙ୍ଗୀତର ତାଳେତାଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ପାଳନ କରିଥିଲେ।
ଏହି ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଟ୍ ଓ କିସ୍ ତଥା କିମ୍ସ ଛାତ୍ରଛାତ୍ରୀଙ୍କ ପକ୍ଷରୁ ମୋଦୀଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘ, ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ।
ସେହିପରି ଟାଟା ଷ୍ଟିଲ୍ କଳିଙ୍ଗନଗର, ଏନଆଇଏନଏଲ୍ ଓ ଫେରୋ ଆଲଏଜ ପ୍ଲାଣ୍ଟ୍ ପକ୍ଷରୁ ‘ଏକ ପେଡ଼ ମା କେ ନାମ ୨.୦’ କାର୍ଯ୍ୟକ୍ରମ ଆୟୋଜିତ ହେଇଯାଇଛି। ୧୫,୦୦୦ରୁ ଅଧିକ ଚାରା ରୋପଣ କଲେ କର୍ମଚାରୀ ଓ ସ୍ଥାନୀୟ ଲୋକେ।
ଏହି ଅଭିଯାନରେ ଟାଟା ଷ୍ଟିଲ୍ କଳିଙ୍ଗନଗର ପ୍ଲାଣ୍ଟରେ ସବୁଜ ବଳୟ ପରିସର ମଧ୍ୟରେ ୫,୦୦୦ରୁ ଅଧିକ ଚାରା ରୋପଣ କରାଯାଇଛି । ଏଥିରେ ୫୦୦ରୁ ଅଧିକ କର୍ମଚାରୀ ଏବଂ ବ୍ୟବସାୟ ସହଯୋଗୀ ମାନେ ଅଂଶଗ୍ରହଣ କରିଥିଲେ।ଯାଜପୁରର ଦାନଗଦି ବ୍ଲକ୍ ଅନ୍ତର୍ଗତ ଧୂଳିଗଡ଼ ଏବଂ ପଙ୍କପାଳ ଗ୍ରାମରେ ପ୍ରାୟ ୧୦,୦୦୦ ଚାରା ରୋପଣ କରାଯାଇଛି।
ଟିଏସକେ, ଏନଆଇଏନଏଲ୍ ଏବଂ ଏଫଏପି, ଯାଜପୁରର ୫୦୦ରୁ ଅଧିକ କର୍ମଚାରୀ ଏବଂ ଭେଣ୍ଡର ପାର୍ଟନରମାନେ ଏହି ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି।
Comments are closed.