ଭୁବନେଶ୍ୱର: ରାୟଗଡା ଜିଲ୍ଲାର କାଶୀପୁର ଫରେଷ୍ଟ ରେଞ୍ଜର ଫରେଷ୍ଟ ରେଞ୍ଜ ଅଧିକାରୀ ଅନ୍ତର୍ଜ୍ୟାମି ସାହୁଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି।
ଶନିବାର ଭିଜିଲାନ୍ସ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ତାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି, ଯେଉଁଥିରେ ଅସ୍ଥାବର ସମ୍ପତ୍ତି ଏବଂ ନିବେଶ ଅନ୍ତର୍ଭୁକ୍ତ। ଯାହାର ସେ ସନ୍ତୋଷଜନକ ହିସାବ ଦେଇପାରି ନାହାଁନ୍ତି।
ତେବେ ଚଢାଉ ସମୟରେ ତାଙ୍କ ପାଖରେ ପାଞ୍ଚଟି କୋଠା, ୯ଟି ମୂଲ୍ୟବାନ ପ୍ଲଟ୍, ୨୬୩ ଗ୍ରାମ ସୁନା, ବ୍ୟାଙ୍କ, ପୋଷ୍ଟ ଅଫିସରେ ପ୍ରାୟ ୨୮ ଲକ୍ଷ ଟଙ୍କା ଜମା ଏବଂ ବୀମା ପଲିସି ସମେତ ଆୟ ବହିର୍ଭୂତ ସମ୍ପତ୍ତି ଥିବା ଜଣାପଡ଼ିଥିଲା। ଭିଜିଲାନ୍ସ ଅଧିକାରୀ ମାନେ କନ୍ଧମାଳ, ଗଞ୍ଜାମ, ନୟାଗଡ ଏବଂ ରାୟଗଡା ଜିଲ୍ଲାର ୯ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲେ।
ଅପରପକ୍ଷରେ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯିବା ସହ ଅଧିକ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କୁ ଜୟପୁରର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ କୋର୍ଟକୁ ପଠାଯିବ ବୋଲି ଜଣାପଡ଼ିଛି।
Comments are closed.