Latest Odisha News

BREAKING NEWS

ବାଂଲାଦେଶ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଉପରକୁ ଅଣ୍ଡା ମାଡ

ନ୍ୟୁୟର୍କ: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ତଥା ନୋବେଲ ପୁରସ୍କାର ବିଜେତା ପ୍ରଫେସର ମହମ୍ମଦ ୟୁନୁସଙ୍କ ଉପରକୁ ଅଣ୍ଡା ମାଡ ହୋଇଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଦଳ ଆୱାମୀ ଲିଗର କର୍ମୀମାନେ ୟୁନୁସଙ୍କ ସହ ଥିବା ଛାତ୍ର ନେତା ଅଖତାର ହୁସେନଙ୍କ ଉପରକୁ ଅଣ୍ଡା ଫିଙ୍ଗି ତାଙ୍କୁ ଆତଙ୍କବାଦୀ ବୋଲି କହିଥିଲେ। ଏପରିକି ଭିଡ଼ରେ ଥିବା ଲୋକମାନେ ମଧ୍ୟ ୟୁନୁସଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।

ୟୁନୁସ ଏବଂ ତାଙ୍କ ସାଥୀମାନେ ରବିବାର ଦିନ ମିଳିତ ଜାତିସଂଘ ସାଧାରଣ ସଭା (UNGA)ର ୮୦ତମ ଅଧିବେଶନରେ ଯୋଗଦେବା ପାଇଁ ନ୍ୟୁୟର୍କରେ ପହଞ୍ଚିଥିଲେ।ତାଙ୍କ କାଫିଲା JFK ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାହାରିବା ମାତ୍ରେ ସେଠାରେ ଉପସ୍ଥିତ ଆୱାମୀ ଲିଗର ନେତା ଏବଂ କର୍ମୀମାନେ ବିରୋଧ କରିବା ଆରମ୍ଭ କରିଦେଇଥିଲେ।

ସୋସିଆଲ ମିଡିଆରେ ଭାଇରାଲ ଏକ ଭିଡିଓରେ ବିକ୍ଷୋଭକାରୀମାନେ ଅଖତାର ହୁସେନଙ୍କୁ ଅଣ୍ଡା ଫିଙ୍ଗି ତାଙ୍କୁ “ଆତଙ୍କବାଦୀ” ବୋଲି କହି ୟୁନୁସ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଉଥିବା ଦେଖାଯାଉଛି।

ତେବେ ଜୁଲାଇ ୨୦୨୪ରେ ଶେଖ ହସିନା ସରକାରଙ୍କ ବିରୁଦ୍ଧରେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇଥିବା ନେତାମାନଙ୍କ ମଧ୍ୟରେ ଅଖତାର ହୁସେନ ଅନ୍ୟତମ। ଏହି ଆନ୍ଦୋଳନର ଫଳରେ ହସିନା ଅଗଷ୍ଟ ୫ରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ ଏବଂ ପରେ ଭାରତରେ ଆଶ୍ରୟ ନେଇଥିଲେ। ପରବର୍ତ୍ତୀ ସମୟରେ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଥିଲା।

 

Comments are closed.