ସମ୍ବଲପୁର: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଫଳରେ ବଢୁଛି ହୀରାକୁଦ ଜଳସ୍ତର । ପୁଣି ହୀରାକୁଦ ଜଳଭଣ୍ଡାରରୁ ଖୋଲିଲା ଆଉ ୪ଟି ଗେଟ୍ । ପୂର୍ବରୁ ୮ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲା । ତେବେ ଏହାକୁ ମିଶାଇ ବର୍ତ୍ତମାନ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।
ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି। ଜଳଧାରଣ କ୍ଷମତାକୁ ଦୃଷ୍ଟିରେ ରଖି ଖୋଲା ଯାଇଛି ଆଉ ୪ଟି ଗେଟ୍ ।
ଏପଟେ ଗେଟ ଖୋଲାଯାଇଥିବାରୁ ତଳମୁଣ୍ଡକୁ ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ । ସେପଟେ, ୨୫ ତାରିଖରେ ବଙ୍ଗୋପସାଗର ଉପରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା । ୨୭ରେ ଅବପାତରେ ପରିଣତ ହୋଇ ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଅତିକ୍ରମ କରିପାରେ । ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ଫଳରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
Comments are closed.