Latest Odisha News

BREAKING NEWS

ରାଉରକେଲା ଷ୍ଟିଲର୍ସକୁ ହରାଇଲା ଭୁବନେଶ୍ୱର ଟାଇଗର୍ସ

କଟକ: ଚଳିତ ଓଡିଶା ପ୍ରୋ ଟି୨୦ ଲିଗରେ ବୁଧବାର ଭୁବନେଶ୍ୱର ଟାଇଗର୍ସ ୫ ୱିକେଟରେ ରାଉରକେଲା ଷ୍ଟିଲର୍ସକୁ ପରାସ୍ତ କରିଛି । ବର୍ଷା ଯୋଗୁ ଏହି ମ୍ୟାଚକୁ ୧୫ ଓଭର ବିଶିଷ୍ଟ କରାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ରାଉରକେଲା ୧୫ ଓଭରରେ ୯୧ ରନ ସଂଗ୍ରହ କରିଥିଲା । ସ୍ୱପ ଭୂୟାଁ ୩୧ ଓ ଆଶୀର୍ବାଦ ସ୍ୱାଇଁ ୨୨ ରନ କରିଥିଲେ । ସୂର୍ଯ୍ୟକାନ୍ତ ପ୍ରଧାନ, ଦେବବ୍ରତ ପ୍ରଧାନ ଓ ବାଦଲ ବିଶ୍ୱାଳ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଜବାବରେ ଭୁବନେଶ୍ୱର ଟାଇଗର୍ସ ୧୧.୪ ଓଭରରେ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ସତ୍ୟକାମ ଭରଦ୍ୱାଜ ୩୪ ବଲରେ ୬୫ ଓ ବିଭାଶ ସ୍ୱାଇଁ ୧୦ ରନ କରିଥିଲେ ।

ଆଶୁତୋଷ ମାରାଣ୍ଡି ଓ ପ୍ରଦୀପ ପ୍ରଧାନ ୨ଟି ଲେଖାଏଁ ୱିକେଟ ନେଇଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ସତ୍ୟକାମ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଏହା ଆମ ପାଇଁ କର ବା ମର ସଦୃଶ ମ୍ୟାଚ ଥିଲା । ଏଥିରେ ବିଜୟ ହାସଲ କରିଥିବାରୁ ସମ୍ପୂର୍ଣ୍ଣ ଟିମ ଆଶ୍ୱସ୍ତ ଅଛି ବୋଲି ସତ୍ୟକାମ ମ୍ୟାଚ ପରେ କହିଥିଲେ ।

Comments are closed.