Latest Odisha News

BREAKING NEWS

ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା ହୋଇଛି । ଶୁଭମନ ଗିଲ ପ୍ରଥମ ଥର ପାଇଁ ଘରୋଇ ସିରିଜରେ ନେତୃତ୍ୱ ନେବେ । ରିଷଭ ପନ୍ତ ଆଘାତ ସମସ୍ୟା ଯୋଗୁ ଓହରି ଯାଇଥିବାରୁ ରବୀନ୍ଦ୍ର ଜାଡେଜା ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ଦେବଦତ ପାଡିକଲ ଓ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିଥିବା ବେଳେ କରୁଣ ନାୟାର, ସାଈ ସୁଦର୍ଶନ ଓ ଆକାଶଦୀପ ବାଦ ପଡିଛନ୍ତି । କରୁଣ ଓ ସାଈ ସୁଦର୍ଶନ ଇଂଲଣ୍ଡ ବିପକ୍ଷ ସିରିଜରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ଅକ୍ଟୋବର ୨ରୁ ଏହି ସିରିଜ ଆରମ୍ଭ ହେବ । ପ୍ରଥମ ଟେଷ୍ଟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏବଂ ଦ୍ୱିତୀୟ ଟେଷ୍ଟ ଅକ୍ଟୋବର ୧୦ରୁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆରମ୍ଭ ହେବ ।

ଉଭୟ ଦେଶ ମଧ୍ୟରେ ୧୦୦ ଟେଷ୍ଟ ଖେଳାଯାଇଛି । ଭାରତ ୨୩ ଏବଂ ୱେଷ୍ଟଇଣ୍ଡିଜ ୩୦ ଟେଷ୍ଟରେ ବିଜୟ ହାସଲ କରିଛି । ୪୭ ଟେଷ୍ଟ ଡ୍ରରେ ସମାପ୍ତ ହୋଇଛି । ଭାରତ ଏବେ କ୍ରମାଗତ ୯ଟି ଟେଷ୍ଟ ସିରିଜରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି ।
ଭାରତୀୟ ଟେଷ୍ଟ ଟିମ: ଶୁଭମନ ଗିଲ (ଅଧିନାୟକ), ଯଶସ୍ୱୀ ଜୈସୱାଲ, କେଏଲ ରାହୁଲ, ଦେବଦତ ପାଡିକଲ, ଧ୍ରୁଜ ଜୁରେଲ, ରବୀନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, ଯଶପ୍ରୀତ ବୁମରାହ, ଅକ୍ଷର ପଟେଲ, ନୀତିଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, କୂଲଦୀପ ଯାଦବ ଓ ନାରାୟଣ ଜଗଦୀଶନ । ୨୦୦୨ ପରଠାରୁ ଭାରତ ବିପକ୍ଷ ୱେଷ୍ଟଇଣ୍ଡିଜ ସିରିଜ ବିଜୟୀ ହୋଇନି ।

Comments are closed.