Latest Odisha News

BREAKING NEWS

ସିଙ୍ଗର ଜୁବୀନ ଗର୍ଗଙ୍କ ମୃତ୍ୟୁ ଘଟଣା; ମ୍ୟାନେଜର ଘର ଘେରିଲେ ଫ୍ୟାନ୍ସ… 

ନୂଆଦିଲ୍ଲୀ: ଆସାମର ଲୋକପ୍ରିୟ ସିଙ୍ଗର ଜୁବୀନ ଗର୍ଗଙ୍କ ସିଙ୍ଗାପୁରରେ ଆକସ୍ମିକ ମୃତ୍ୟୁ ଘଟଣାରେ ସମଗ୍ର ଉତ୍ତର-ପୂର୍ବ ଭାରତ ଶୋକରେ ଭାଙ୍ଗି ପଡିଛି।

୫୨ ବର୍ଷୀୟ ସିଙ୍ଗରଙ୍କ ସହ ହୋଇଥିବା ଏହି ଦୁର୍ଘଟଣା ତାଙ୍କ ପ୍ରଶଂସକମାନଙ୍କୁ ଆଘାତ ଦେବା ସହ ଅନେକ ପ୍ରଶ୍ନ ମଧ୍ୟ ଉଠୁଛି। ଯାହାକୁ ନେଇ ଗୁରୁବାର ଦିନ ଶହ ଶହ ଉତ୍ତେଜିତ ପ୍ରଶଂସକ ଗୌହାଟୀରେ ତାଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମାଙ୍କ ବାସଭବନ ବାହାରେ ଏକତ୍ରିତ ହୋଇ ଗିରଫଦାରି ପାଇଁ ଦାବି କରିଥିଲେ। ଏହି ଦୁର୍ଘଟଣା ପରଠାରୁ ସେ ଲୋକଲୋଚନକୁ ନ ଆସିଥିବାରୁ ତାଙ୍କ ଉପରେ ସନ୍ଦେହ ବଢୁଥିବା ନେଇ ଜଣାପଡ଼ିଛି।

ଜୁବୀନ ଗର୍ଗ ସେପ୍ଟେମ୍ବର ୧୯ ତାରିଖରେ ସିଙ୍ଗାପୁରରେ ଉତ୍ତର-ପୂର୍ବ ଭାରତ ମହୋତ୍ସବ (NEIF) ରେ ଶୋ କରିବାକୁ ଯାଇଥିଲେ। ଅବସର ସମୟରେ ସେ ଏକ ୟାଟ୍ କୁ ଯାଇ ସେଠାରେ ସ୍କୁବା ଡାଇଭିଂ କରୁଥିଲେ ଓ ସେହି ସମୟରେ ହଠାତ୍ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ ହୋଇଥିଲା।ତୁରନ୍ତ ସିଙ୍ଗାପୁର ପୋଲିସ ତାଙ୍କୁ ସମୁଦ୍ରରୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲା। ଅନେକ ଚେଷ୍ଟା ସତ୍ତ୍ୱେ ମଧ୍ୟ ତାଙ୍କୁ ଡାକ୍ତରମାନେ ବଞ୍ଚାଇପରି ନଥିଲେ।ପାଣିରେ ବୁଡିଯିବା ଫଳରେ ତାଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଦର୍ଶାଯାଇଛି ବୋଲି ସିଙ୍ଗାପୁର ସରକାରଙ୍କ ଦ୍ୱାରା ଏକ ବିବୃତି ଜାରି କରାଯାଇ ପ୍ରକାଶ କରାଯାଇଛି।ତେବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଧ୍ୟ ଏହି ଖବରକୁ ସ୍ପଷ୍ଟ କରିଛନ୍ତି। କିନ୍ତୁ ଜନସାଧାରଣଙ୍କ ସନ୍ଦେହ ଦୂର କରିବା ପାଇଁ ଦ୍ୱିତୀୟ ପୋଷ୍ଟମର୍ଟମ କରାଯାଇଥିବା ନେଇ ରାଜ୍ୟ ସରକାର କହିଛନ୍ତି।

 

Comments are closed.