Latest Odisha News

BREAKING NEWS

ନକଲି ଆଇପିଏସକୁ ବାନ୍ଧିଲା ଅସଲି ପୋଲିସ, ବିପୁଳ ମାତ୍ରାରେ ଚୋରି ସାମଗ୍ରୀ ଜବତ

ଭଦ୍ରକ: ବିଭିନ୍ନ ରାଜ୍ୟରେ ପ୍ରବେଶ କରି ପୋଲିସର ପରିଚୟ ଦେଇ ରହୁଥିବା ଏକ ନକଲି ପୋଲିସକୁ ଗିରଫ କରିବାରେ ସଫଳ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଗିରଫ ନକଲି ପୋଲିସ ଜଣକ ହେଲା ରାହୁଲ ସିଂ ରାଣାବତ । ତା ନିକଟରୁ ନକଲି ବନ୍ଧୁକ, ବିଭିନ୍ନ ରାଜ୍ୟର ପୋଲିସ ଡ୍ରେସ, ରେଲୱେ ପୋଲିସର ଡ୍ରେସ ଏବଂ ଲୋଗୋ ସମେତ ପୋଲିସ ବାଡ଼ି, ବିଭିନ୍ନ ବ୍ୟାଙ୍କର ପାସବୁକ, ଏଟିଏମ୍ କାର୍ଡ, ଏକ କାର ସମେତ ୩୮ଟି ସାମଗ୍ରୀକୁ ଜବତ ହୋଇଛି ।

ପୋଲିସ ସୂଚନା ମୁତାବକ, ଝାଡ଼ଖଣ୍ଡ ଅଞ୍ଚଳରେ ରାହୁଲ ସିଂ ରାଣାବତ ନାମକ ଯୁବକ ଦୀର୍ଘ ଏକ ବର୍ଷ ହେବ ପଶ୍ଚିମବଙ୍ଗ, ଆସାମ, ଓଡିଶା ଓ ରେଲୱେ ପୋଲିସ କହି ବିଭିନ୍ନ ରାଜ୍ୟର ବିଭିନ୍ନ ସ୍ଥାନ କୁ ଯାଉଥିଲା ଏହି ନକଲି ପୋଲିସ । ବିଶେଷ କରି ଯେଉଁ ଅଞ୍ଚଳକୁ ଯାଉଥିଲା ସେହି ଅଞ୍ଚଳରେ କେତେବେଳେ ରେଲୱେ ପୋଲିସ ତ ଆଉ କେତେବେଳେ ଡିଏସପି ପୋଲିସ ବୋଲି ପରିଚୟ ଦେଉଥିଲା ।

ଗତକାଲି ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଥିବା ନଳାଙ୍ଗ ଛକ ନିକଟରେ ହାର୍ଦିକ ନାମକ ହୋଟେଲ ପୋଲିସ ପରିଚୟ ଦେଇ ରହୁଥିବା ନକଲି ପୋଲିସକୁ ଗ୍ରାମାଞ୍ଚଳ ପୋଲିସ ଖବର ପାଇ ହୋଟେଲ ଚେକିଂ କରିଥିଲା । ସେହି ସମୟରେ ଏହି ନକଲି ପୋଲିସକୁ ଗିରଫ କରିଥିଲା । ଏହି ନକଲି ପୋଲିସକୁ ଗିରଫ କରି କେଉଁ କେଉଁ ଠକାମୀ କରିଥିବା ନେଇ ତଦନ୍ତ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ଗ୍ରାମାଞ୍ଚଳ ପୋଲିସ । ଏ ନେଇ ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ।

Comments are closed.