Latest Odisha News

BREAKING NEWS

ଅଜଣା ଗାଡି ଧକ୍କାରେ ସବ୍‌ ଇନ୍ସପେକ୍ଟରଙ୍କ ମୃତ୍ୟୁ

ଯାଜପୁର: ଦୁର୍ଘଟଣାରେ ଚାଲିଗଲା ସବ୍‌ ଇନ୍ସପେକ୍ଟରଙ୍କ ଜୀବନ । ମୃତକ ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନାର ସବ୍ ଇନ୍ସପେକ୍ଟର ବବୃବାହନ ନାୟକ ବୋଲି ଜଣାପଡିଛି । ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କୁଆଖିଆ ନିକଟରେ ଏକ ଅଜଣା ଗାଡି ତାଙ୍କ ବାଇକ୍‌ କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସବ୍ ଇନ୍ସପେକ୍ଟରଙ୍କର ମୃତ୍ୟୁ ଘଟିଥିଲା ।

ଏହି ସମୟରେ ସବ୍‌ ଇନ୍ସପେକ୍ଟରଙ୍କ ପୁଅ ତାଙ୍କ ସାଙ୍ଗରେ ଥିଲେ ସେ ଆହତ ହୋଇଥିବାରୁ ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ୍‌ ଘଟଣାରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ଖବର ମୁତାବକ, ବବୃବାହନ ନାୟକ ଆଜି ନିଜ ପୁଅ ସହ କଟକରେ ସ୍ବାସ୍ଥ୍ୟ ପରୀକ୍ଷା କରି ବାଇକ୍‌ ରେ ଫେରିବା ସମୟରେ କୁଆଖିଆ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଥିଲା ।

Comments are closed.