ସୁବର୍ଣ୍ଣପୁର: ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚିନ୍ମୟ କୁମାର ମହାନନ୍ଦଙ୍କୁ ସରକାରୀ ବାସଭବନରେ ପଶି ୬ରୁ ୮ଜଣ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି। ଫଳରେ ଗୁରୁତର ଆହତ ଚିନ୍ମୟ ମହାନନ୍ଦ ଉଲୁଣ୍ଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି ।
ଖବରମୁତାବକ, ଗତକାଲି ସନ୍ଧ୍ୟାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଜ ବାସଭବନରେ ଥିବା ବେଳେ ୬ରୁ ୮ଜଣ ଯୁବକ ଆସି କବାଟ ବାଡେଇ ଥିଲେ। ଏହାପରେ କବାଟ ଖୋଲିବା ମାତ୍ରକେ ସେମାନେ ଚିନ୍ମୟଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ଓ ମରଣାନ୍ତକ ଆକ୍ରମଣ କରି ତାଙ୍କ ଠାରୁ ଦୁଇଗୋଟି ମୋବାଇଲ ଫୋନ ଲୁଟି ନେଇଛନ୍ତି। l
ଜଣେ ପ୍ରଶାସନିକ ଅଧିକାରୀଙ୍କ ଘରେ ପଶି ଆକ୍ରମଣ କରିଥିବା ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
Comments are closed.